ରାଜ୍ୟ

ରାଜ୍ୟରେ ଶିଳ୍ପ ଦୁର୍ଘଟଣାର ଅନୁଶୀଳନ କରାଯିବ

ଭୁବନେଶ୍ବର: ରାଜ୍ୟରେ ଥିବା କଳ କାରଖାନାଗୁଡ଼ିକରେ ଗତବର୍ଷ କେତେ ଦୁର୍ଘଟଣା ଘଟିଛି ତାହାର ଅନୁଶୀଳନ କରିବେ ସରକାର। ଆଜି ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ଶାରଦା ନାୟକ ଏହି ସୂଚନା ଦେଇଛନ୍ତି। ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଓଡ଼ିଶା ପକ୍ଷରୁ କାରଖାନା ଓ ବାଷ୍ପିତ ନିର୍ଦ୍ଦେଶାଳୟ ସହଯୋଗରେ ଆୟୋଜିତ ଶିଳ୍ପ ସୁରକ୍ଷା ଓ ବୃତ୍ତିଗତ ସ୍ବାସ୍ଥ୍ୟ ସମ୍ପର୍କିତ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସରକାରଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଶିଳ୍ପ କାରଖାନାରେ କାର୍ଯ୍ୟ କରୁଥିବା ‌ଲୋକମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ନିୟମିତ ବ୍ୟବଧାନରେ କାରଖାନା ପରିଦର୍ଶନ କରାଯାଉଛି। ସେମାନେ ଗ୍ରହଣ କରିଥିବା ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଉଛି। ସବୁ ସୁରକ୍ଷା ଉପକରଣ ରହିଛି ତାହା ନାହିଁ ତାହା ମଧ୍ୟ ଦେଖାଯାଉଛି। ଗତବର୍ଷ ହୋଇଥିବା ଦୁର୍ଘଟଣାକୁ ଅନୁଶୀଳନ କରିବା ପରେ ଆଉ କ’ଣ ନୂଆ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେବିଷୟରେ ବିଚାର କରାଯିବ। ଶୂନ ମୃତ୍ୟୁ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଏହି ଅବସରରେ ଫ୍ୟାକ୍ଟ୍ରି ଓ ବଏଲର୍‌ର ନିର୍ଦ୍ଦେଶକ ଅନୁପମ ଶାହ, ଆଇସିସି ଓଡ଼ିଶାର ଅଧ୍ୟକ୍ଷ ଜେ ବି ପାଣି, ଶ୍ରମ ଓ ଇଏସ୍‌ଆଇ ସଚିବ ସନ୍ଥନାଗୋପାଳନ୍ ଆର୍‌, ଫ୍ୟାକ୍ଟ୍ରି ଓ ବଏଲର ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଡ. ମଳୟ କୁମାର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।