ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଯଥେଷ୍ଟ କୋଭିଡ୍‌-୧୯ ଟିକା ନାହିଁ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟୋପେ

ମୁମ୍ବାଇ: ରାଜ୍ୟର କେତେକ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରରେ ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ ଲୋକମାନଙ୍କୁ ଫେରାଇ ଦିଆଯାଉଛି ବୋଲି ଆଜି ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ଟୋପେ କହିଛନ୍ତି ପ୍ରାଥମିକତା ଭିତ୍ତିରେ ୨୦ରୁ ୪୦ ବର୍ଷ ବୟସ ବର୍ଗର ଲୋକମାନଙ୍କୁ ଟିକା ଦିଆଯାଉ ବୋଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁଣେ, ମୁମ୍ବାଇ, ନାଶିକ ଏବଂ ରାଜ୍ୟର ଅନ୍ୟ ଭାଗରେ ଶଯ୍ୟାସଂଖ୍ୟା ବୃଦ୍ଧି ନିମନ୍ତେ ଆମେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛୁ।


ରାଜ୍ୟରେ ଗଚ୍ଛିତ ଥିବା କୋଭିଡ୍‌-୧୯ ଟିକା ସଂକ୍ରାନ୍ତରେ ସବିଶେଷ ବିବରଣୀ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସମ୍ପ୍ରତି ରାଜ୍ୟରେ ୧୪ ଲକ୍ଷ ଡୋଜ୍‌ ଟିକା ଅଛି। ତାହା ଆଗାମୀ ୩ ଦିନରେ ସରିଯିବ। କେନ୍ଦ୍ର ସରକାର ଆମକୁ ଟିକା ଯୋଗାଇ ଦେବା ବେଳେ ପ୍ରତି ସପ୍ତାହରେ ୪୦ ଲକ୍ଷ ଅତିରିକ୍ତ ଡୋଜ୍‌ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ଟିକା ଯୋଗାଣ ବେଗ ମଧ୍ୟ ଖୁବ୍‌ ମନ୍ଥର। କେନ୍ଦ୍ର ଆମକୁ ଟିକା ଦେଉନାହିଁ ବୋଲି ମୁଁ କହୁନାହିଁ, କିନ୍ତୁ ଯୋଗାଣ ବେଗ ଖୁବ୍‌ ମନ୍ଥର।

ସୂଚନାଯୋଗ୍ୟ, ଦେଶରେ ସକ୍ରିୟ କୋଭିଡ୍‌ ସଂକ୍ରମଣ ବୃଦ୍ଧିରେ ମହାରାଷ୍ଟ୍ରର ଅବଦାନ ଯଥେଷ୍ଟ ଅଧିକ। ମଙ୍ଗଳବାର ଦିନ ରାଜ୍ୟରେ ନୂଆ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୫୫, ୦୦୦ରୁ ଅଧିକ ଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ