ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ

ଭୁବନେଶ୍ବର ୨୬।୧: ରାଜ୍ୟରେ ବୁଧବାରଠାରୁ ପୁଣି ଟିକାକରଣ ପକ୍ରିୟା ଆରମ୍ଭ ହେବ । ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ୧୬ ତାରିଖରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ସରିଥିବା ବେଳେ ମୋଟ୍ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । କୋଭିଡରେ ମୋଟ୍ ରେଜିଷ୍ଟ୍ରେସନ କରିଛନ୍ତି ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ଵାସ୍ଥ୍ୟକର୍ମୀ ।

ସୋମବାର ସୁଦ୍ଧା ୧ ଲକ୍ଷ ୭୭ହଜାର ଜଣକୁ ଟିକା ଦିଆଯାଇଥିବା ବେଳେ ବାକି ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କର ଟିକାକରଣ ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହେବ । ୧୦ ସୁଦ୍ଧା ଟିକାକରଣ ପ୍ରକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ଼. ବିଜୟ କୁମାର ପାଣିଗ୍ରାହୀ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ମାଇକ୍ରୋ ପ୍ଲାନ୍ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଫ୍ରଣ୍ଟ ଲାଇନ୍ ଓ୍ବାର୍କରଙ୍କ ପାଇଁ ରେଜିଷ୍ଟ୍ରେସନ ଆସନ୍ତା ଜାନୁଆରୀ ୩୧ ଯାଏଁ ଚାଲିବ । ଏହାପରେ ସେମାନଙ୍କ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେବେ । ଅନ୍ୟପଟେ ଟିକାକରଣ ପରେ ଏଯାବତ୍ କାହାଠାରେ ମଧ୍ୟ ପର୍ଶ୍ବପ୍ରତିକ୍ରିୟା ଦେଖା ଯାଇନଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ