ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜ୍ୟରେ ବିଦ୍ୟାଳୟ ଖୋଲିବା ନେଇ ଜାରି ହେଲା ଏସ୍‌ଓପି, ଏଥିରେ କ’ଣ ନିୟମ ରହିଛି ଜାଣନ୍ତୁ ସ୍କୁଲ ଶିକ୍ଷକ-ଅଭିଭାବକ

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୮ ତାରିଖ ଠାରୁ ସ୍କୁଲ ଖୋଲିବ। ଦଶମ ଓ ଦ୍ବାଦଶ ‌ଶ୍ରେଣୀର ପିଲାମାନେ ବିଦ୍ୟାଳୟକୁ ଯାଇ ଅଫଲାଇନରେ ପାଠ ପଢ଼ିପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଓଏସସପି ଜାରି କରାଯାଇଛି। କୋଭିଡ-୧୯ ମହାମାରୀ ଯୋଗୁଁ ୨୦୨୦ ମାର୍ଚ୍ଚ ୧୭ ତାରିଖ ଠାରୁ ରାଜ୍ୟରେ ସରକାରୀ, ଘରୋଇ ବିଦ୍ୟାଳୟ ଓ ହଷ୍ଟେଲ ଗୁଡ଼ିକ ବନ୍ଦ ଥିଲା। କେନ୍ଦ୍ର ସରକାର ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ସରକାର ମଧ୍ୟ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ଏସଓପି ଜାରି କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏସ୍‌ଓପି ଅନୁଯାୟୀ ରାଜ୍ୟରେ ସରକାରୀ ଓ ଘରୋଇ ସ୍କୁଲ ଗୁଡ଼ିକ ଖୋଲିବ।

-ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଉଭୟ ଅନଲାଇନ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ମାଧ୍ୟମରେ ପାଠ ପଢ଼ାଯିବ।

-ଯେଉଁଠାରେ ଅନଲାଇନ ମାଧ୍ୟମରେ ଶିକ୍ଷା ଦିଆଯାଉଛି ଏବଂ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ପାଠ ପଢ଼ିବାକୁ ଚାହୁଁଛନ୍ତି, ତାଙ୍କୁ ଅନୁମତି ଦିଆଯାଇପାରିବ।

-ଅନଲାଇନ ପାଠ୍ୟକ୍ରମ ପାଇଁ ସମୟ ସାରଣୀ ପ୍ରସ୍ତୁତ କରିବାକୁ ହେବ।

-ଯେଉଁମାନେ ଅଫଲାଇନରେ ପଢ଼ିବାକୁ ଚାହୁଁଛନ୍ତି, ଅଭିଭାବକଙ୍କ ଅନୁମତି ଦରକାର। କୌଣସି ପିଲାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ।

-ବିଦ୍ୟାଳୟ ଖୋଳିବା ନେଇ ଜିଲ୍ଲାପାଳଙ୍କ ନିଷ୍ପତ୍ତି ନିର୍ଭର କରିବ।

ବିଦ୍ୟାଳୟ ଖୋଲିବା ପାଇଁ ଗାଇଡଲାଇନ

-କଣ୍ଟେନମେଣ୍ଟ ଜୋନ ବାହାରେ ବିଦ୍ୟାଳୟ ଗୁଡ଼ିକ ଖୋଲାଯାଇପାରିବ। କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ବିଦ୍ୟାଳୟକୁ ପ୍ରବେଶ କରିପାରିବେ ନାହିଁ।

-ବିଦ୍ୟାଳୟରେ ସମସ୍ତ ଫର୍ନିଚର, ପାଠାଗାର, ପରୀକ୍ଷାଗାର, ଷ୍ଟୋରେଜ ପେଲେସ, ପାଣିଟାଙ୍କି, ରୋ‌ଷେଇ ଘର, ୱାସରୁମ, ଶୌଚାଳୟ ଓ ଅନ୍ୟ ସର୍ବସାଧାରଣ ସ୍ଥଳ ସାନିଟାଇଜ କରାଯିବ।

-ବର୍ତ୍ତମାନ ପରିପ୍ରେକ୍ଷୀରେ ହଷ୍ଟେଲ ଖୋଲିବ ନାହିଁ। ଏଥି ପାଇଁ ପରବର୍ତ୍ତୀ ସମୟରେ ଏସଓପି ଜାରି ହେବ।

-ବିଦ୍ୟାଳୟର ପରିବହନ ବ୍ୟବସ୍ଥା ଏବେ ହୋଇପାରିବ ନାହଁ। ଅଭିଭାବକଙ୍କୁ ନିଜ ଦାୟିତ୍ବରେ ପିଲାଙ୍କୁ ଛାଡିବାକୁ ପଡ଼ିବ।

-ଯେଉଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସୁସ୍ଥ ଅନୁଭବ କରୁଥିବେ ସେମାନେ ହିଁ ବିଦ୍ୟାଳୟକୁ ଆସିପାରିବେ।

ବିଦ୍ୟାଳୟ ପରିସରରେ କ’ଣ ରହିବ ବ୍ୟବସ୍ଥା

-ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ବିଦ୍ୟାଳୟ ପରିସର ମଧ୍ୟରେ ୬ ଫୁଟ ଦୂରତା ରକ୍ଷା ପିଲାଙ୍କୁ ଚଳପ୍ରଚଳ କରିବାକୁ ହେବ।

-ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ସାମାଜିକ ଦୂରତା ରକ୍ଷା କରିବେ। ପିଲାମାନଙ୍କ ବସିବା ସ୍ଥାନ ସୁନିଶ୍ଚିତ କରିବାକୁ ପଡ଼ିବ। ପ୍ରତ୍ୟେକ ପିଲାଙ୍କ ପାଇଁ ନିଦ୍ଦିଷ୍ଟ ସ୍ଥାନ ସୁନିଶ୍ଚିତ କରିବାକୁ ପଡ଼ିବ। ଏଥି ପାଇଁ ସଂପୃକ୍ତ ସ୍ଥାନରେ ରୋଲନମ୍ବର ଲେଖାଯାଇପାରିବ। ଏହା ଦ୍ବାରା ସାମାଜିକ ଦୂରତା ବଳବତ୍ତର ରହିବ।

-ସେହିଭଳି ଷ୍ଟାଫ ରୁମରେ ମଧ୍ୟ ସାମାଜିକ ଦୂରତାକୁ ରକ୍ଷା କରାଯିବ। ଅନ୍ୟ ସ୍ଥାନ ଯଥା- ମେସ, ପାଠାଗାର, କ୍ୟାଫଟେରିଆରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରାଯିବ।

-ଆବଶ୍ୟକ ସ୍ଥଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସ୍ଥାୟୀ ସ୍ଥାନକୁ ମଧ୍ୟ ବ୍ୟବହାର କରିପାରିବ। ସର୍ବେପରି ପିଲାଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯିବ।

-ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ହେଲପଲାଇନ ନମ୍ବର ଏବଂ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରର ଯୋଗାଯୋଗ ନମ୍ବର ପ୍ରଦର୍ଶିତ କରିବ।

-ବିଦ୍ୟାଳୟକୁ ସ୍ବତନ୍ତ୍ର ଭାବେ ଏକ ଆଇସୋଲେସନ ପ୍ରକୋଷ୍ଠ ପ୍ରସ୍ତୁତ କରିବାକୁ ହେବ। କୋଭିଡ ଲକ୍ଷଣ ଦେଖାଗଲେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ଏହି କୋଠରୀ ବ୍ୟବହାର ହୋଇପାରିବ।

ଶିକ୍ଷାଦାନ ପଦ୍ଧତି ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତି

-କେମିତି ପରିଚାଳନା କରାଯାଇପାରିବ ସେ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ ହେବ। କେତୋଟି କୋଠାରୀରେ କେତେ ଜଣ ପିଲା ବସିବେ ଏଥି ପାଇଁ ଯୋଜନା କରିବାକୁ ହେବ। ଗୋଟିଏ କୋଠରୀରେ ସର୍ବାଧିକ ୨୦ରୁ ୨୫ ଜଣ ପିଲାଙ୍କୁ ବସାଇବେ। ଫଳରେ ସାମାଜିକ ଦୂରତା ରକ୍ଷା କରାଯାଇପାରିବ।

-ବିଦ୍ୟାଳୟର ସମୟ ନିର୍ଘଣ୍ଟ ବ୍ୟବହାର କରାଯିବ।

-ବିଦ୍ୟାଳୟ ପରିସରରେ ଭିଡ ହ୍ରାସ କରିବା ପାଇଁ ମଧ୍ୟାହ୍ନ ଭୋଜନ ବିରତି ଓ ଅନ୍ୟ ବିରତିକୁ କମ ସମୟ ଦେବାକୁ ପଡ଼ିବ।

-ସ୍ବାସ୍ଥ୍ୟକର ଓ ଭିଟାମିନ ଯୁକ୍ତ ଖାଦ୍ୟ ଆଣିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯିବ। ଏହି ଖାଦ୍ୟ ଯେପରି ଅନ୍ୟପିଲାଙ୍କୁ ସେମାନେ ନ ଦିଅନ୍ତି ସେଥିପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ।

-ବାହାର ଖାଦ୍ୟ ବିଦ୍ୟାଳୟ ପରିସରକୁ ଆସିପାରିବ ନାହିଁ। ଏପରିକି ୧୦୦ ମିଟର ଭିତରେ ମଧ୍ୟ ବାହାର ଖାଦ୍ୟ ବିକ୍ରି କରାଯାଇପାରିବ ନାହିଁ।

-ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ପାଠ୍ୟକ୍ରମ ଅନୁସାରେ ପାଠପଢ଼ା ଆରମ୍ଭ କରାଯିବ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି