ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ଶୀତ, ୧୧ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ଵର ୦୮।୧୧: ମୌସୁମୀ ଫେରିଯିବା ପରେ ନଭେମ୍ବର ମାସ ଆରମ୍ଭ ହେବା ସହିତ ରାଜ୍ୟରେ ଶୀତର ଆଗମନ ଘଟିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ସନ୍ଧ୍ୟା ହେଲେ ରାଜ୍ୟର ଅନେକ ଜିଲ୍ଲାରେ ବିନା ଶୀତବସ୍ତ୍ରରେ ବାହାରକୁ କୋଡ କାଢି ହେଉନି। ଏବେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ୯.୬ ଡିଗ୍ରୀ ସହ ସୋନପୁର ସହର ସବୁଠୁ ଥଣ୍ଡା ସହର ହୋଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଫୁଲବାଣୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ ରହିଛି। ସେହି ପରି ଅନୁଗୁଳରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୬ ଡିଗ୍ରୀ, ଭବାନୀପାଟଣାରେ ୧୨.୨ ଡିଗ୍ରୀ, ଝାରସୁଗୁଡାରେ ୧୩ ଡିଗ୍ରୀ, କେନ୍ଦୁଝରରେ ୧୩.୮ ଡିଗ୍ରୀ, ବାରିପଦାରେ ୧୪.୨ ଡିଗ୍ରୀ, ବଲାଙ୍ଗୀରରେ ୧୪.୬ ଡିଗ୍ରୀ ଓ ସମ୍ବଲପୁରରେ ପାରଦ ୧୪.୭ ଡିଗ୍ରୀ ରହିଛି।

ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ଵର ଓ କଟକରେ ରାତିରେ ଶୀତ ଅନୁଭୂତ ହେଉଛି। ରାଜଧାନୀରେ ତାପମାତ୍ରା ୧୮ ଡିଗ୍ରୀ ରହିଥିବା ବେଳେ କଟକରେ ୧୬.୮ ଡିଗ୍ରୀ ରହିଛି। ଆଗକୁ ଆହୁରି ଶୀତର ପ୍ରକୋପ ବଢିପାରେ ବୋଲି କୁହାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ