ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫୫ଟି ଟ୍ରମା କେୟାର ୟୁନିଟ୍‌

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୫୫ଟି ଲେଭଲ-୩ ଟ୍ରମା କେୟାର ୟୁନିଟ୍‌। ଜାତୀୟ ରାଜପଥରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନ ଗୁଡ଼ିକରେ ଏସବୁ ୟୁନିଟ୍‌କୁ ପ୍ରତିଷ୍ଠା କରାଯିବ। ଯାହାଫଳରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକାଯାଇ ପାରିବ। ଭିତ୍ତିଭୂମି, ମାନବ ସମ୍ବଳ, ଯନ୍ତ୍ରପାତିକୁ ବିଚାରକୁ ନେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ରାଜ୍ୟରେ ସମୁଦାୟ ଟ୍ରମା ୟୁନିଟ୍ ସଂଖ୍ୟା ୮୮କୁ ବୃଦ୍ଧି ପାଇବ। ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ରମା କେୟାର ୟୁନିଟ୍‌ ନେଇ ଏକ ଅପରେସନାଲ ନିର୍ଦେଶାବଳୀ ଜାରି କରାଯାଇଛି। ଏଥିରେ ଦୁର୍ଘଟଣା ଜନିତ ମୃତ୍ୟୁକୁ ୧୦ ପ୍ରତିଶତରୁ କମ୍‌ କରିବା ଲାଗି ଗୁରୁତ୍ବ ଦିଆଯାଇଛି। ଏଥିରେ କୌଣସି ଦୁର୍ଘଟଣାରେ ଆହତ ବ୍ୟକ୍ତି ୫୦ କି.ମିରୁ ଅଧିକ ବାଟ ଯିବା ଉଚିତ୍ ନୁହେଁ। ପ୍ରତି ୧୦୦ କି.ମି ବ୍ୟବଧାନରେ ଗୋଟିଏ ଟ୍ରମା ସେଣ୍ଟର ରହିବା ଜରୁରୀ ବୋଲି ଦର୍ଶାଯାଇଛି। ରାଜ୍ୟରେ ଏବେ ୩୩ଟି ଟ୍ରମା କେୟାର ୟୁନିଟ୍ କାର୍ଯ୍ୟ କରୁଛି। ଏଥିରେ ଲେଭଲ-୧, ଲେଭଲ-୨ ଓ ଲେଭଲ-୩ ଟ୍ରମା ୟୁନିଟ୍ ରହିଛି। ପ୍ରତିଷ୍ଠା ହେବାକୁ ଥିବା ଆଉ ୫୫ଟି ଟ୍ରମା କେୟାର ୟୁନିଟ୍‌ ମଧ୍ୟରେ ଅନୁଗୁଳରେ ସର୍ବାଧିକ ୬ଟି ୟୁନିଟ୍‌ ରହିଛି। ଏହାବାଦ୍ ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ରେ ଏହାକୁ ପ୍ରତିଷ୍ଠା କରାଯିବ। ଏଥିରେ ଏନ୍‌ଏଚ୍‌ ୪୯, ୧୪୯, ୫୩, ୧୬, ୫୯, ୩୨୬, ୩୨୬(ଏ), ୧୩୦ସି, ୧୫୭, ୨୦, ୫୭, ୬୩, ୨୨୦, ୫୨୦ ଓ ବିଜୁ ଏକ୍ସପ୍ରେସ୍ ୱେରେ ଏସବୁ ଟ୍ରମା ୟୁନିଟ୍‌ ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ସରକାରୀ ଟ୍ରମା ୟୁନିଟ୍‌ ବାଦ୍ ରାଜ୍ୟ ସରକାର ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୧୮ଟି କର୍ପୋରେଟ୍ ହସ୍ପିଟାଲର ଲେଭଲ-୧ ଟ୍ରମା ୟୁନିଟ୍‌ ପାଇଁ ଅନୁବନ୍ଧିତ ହୋଇଛନ୍ତି। ଏଠାରେ ଲୋକମାନଙ୍କୁ ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମାଗଣାରେ ଚିକିତ୍ସା ଦିଆଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।