ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ୧୭ ସଂକ୍ରମିତଙ୍କ ପ୍ରାଣହାନି: କରୋନାଜନିତ ମୃତ୍ୟୁସଂଖ୍ୟା ୮୬୨୯କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ରାଜ୍ୟରେ ଆଉ ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ଅବଶିଷ୍ଟ ୧୨ ଜଣ ପୁରୁଷ ଅଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ପୁରୀ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ମୃତକ ଅଛନ୍ତି। ଏଣେ ଅନୁଗୁଳ, ଗଞ୍ଜାମ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଥିବାର ସୂଚନା ମିଳିଛି। କଟକ ଜିଲ୍ଲାର ମୃତକମାନେ ଯଥାକ୍ରମେ ୭୫, ୮୫, ୪୮ ଓ ୮୧ ବର୍ଷର ପୁରୁଷ। ପୁରୀର ଜଣେ ୫୫ ବର୍ଷିୟ ପୁରୁଷ ଓ ଜଣେ ୫୮ ବର୍ଷୀୟା ମହିଳା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଅନୁଗୁଳର ୭୩ ବର୍ଷିୟ ପୁରୁଷ, ଗଞ୍ଜାମର ତିନି ବର୍ଷର ପୁତ୍ର ସନ୍ତାନ, ବାଲେଶ୍ବରର ଜଣେ ୨୬ ବର୍ଷୀୟା ମହିଳା, ଭଦ୍ରକର ୬୭ ବର୍ଷୀୟା ମହିଳା, ଯାଜପୁରର ୧୮ ବର୍ଷିୟ ପୁରୁଷ, କେନ୍ଦ୍ରାପଡ଼ାର ୨୬ ବର୍ଷୀୟା ମହିଳା, ମାଲକାନଗିରିର ୩ ମାସର ଶିଶୁକନ୍ୟା, ଜଗତସିଂହପୁର ଜିଲ୍ଲାର ୭୮ ବର୍ଷିୟ ପୁରୁଷ ଓ ରାୟଗଡ଼ା ଜିଲ୍ଲାର ଜଣେ ୪୦ ବର୍ଷିୟ ପୁରୁଷଙ୍କ କୋଭିଡରେ ପ୍ରାଣହାନି ଘଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ