ରାଜ୍ୟ

ରାଜ୍ୟରେ ପୁଣି ଅସହ୍ୟ ତାତି: ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ବର ୩୧ ଡିଗ୍ରି, ଭବାନୀପାଟଣାରେ ସର୍ବାଧିକ ୩୯ ଡିଗ୍ରି

ଭୁବନେଶ୍ୱର: ଅସହ୍ୟ ତାତିରୁ କିଛି ଦିନ ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ବଢିଛି । ଏ ନେଇ ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସହରରେ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୧ ଡିଗ୍ରି ରହିଛି। ସେହିଭଳି ଆର୍ଦ୍ରତା ୮୧ ପ୍ରତିଶତ ରେକର୍ଡ କରାଯାଇଛି ।

ସେହିପରି ଟିଟଲାଗଡରେ ୩୮ ଡିଗ୍ରି ତାପମାତ୍ରା, ବଲାଙ୍ଗୀର ୩୭.୪ ଡିଗ୍ରି, ସୋନପୁର ଓ ଝାରସୁଗୁଡାରେ ତାପମାତ୍ରା ୩୬.୬ ଡିଗ୍ରି, ହୀରାକୁଦ ୩୬.୪, ସମ୍ବଲପୁର ୩୬.୨, ବୌଦ୍ଧ ୩୬ ଡିଗ୍ରି ରହିଛି। ଏହା ସହିତ ରାଉରକେଲା ଓ ବରଗଡ ତାପମାତ୍ରା ୩୫.୪ ଡିଗ୍ରୀ, ତାଳଚେର ୩୪.୪, ସୁନ୍ଦରଗଡ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି ।
ଅପରପକ୍ଷରେ ଭୁବନେଶ୍ବରରେ ୨ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଝାରସୁଗୁଡା, ସମ୍ବଲପୁର ଓ ସୋନପୁର ପାଇଁ ଚେତାବନୀ ଜାରି ହୋଇଛି। ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।