ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ ବନ୍ଦ ରହିବ କୋଭିଡ ଟିକାକରଣ

ଭୁବନେଶ୍ବର: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି ୨ତାରିଖ ଯାଏଁ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତମାସ ୧୬ତାରିଖଠାରୁ ୩ଦିନ ବ୍ୟାପୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ମାତ୍ର ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜିଠାରୁ ପୋଲିଓ ବୁନ୍ଦା ଦିଆଯିବ। ୫ବର୍ଷରୁ କମ୍ ଶିଶୁଙ୍କୁ ଏହି ବୁନ୍ଦା ଦିଆଯିବା। ରାଜ୍ୟବ୍ୟାପୀ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୟୁନିଟ୍‌-୪ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ଶନିବାର ରାଜ୍ୟରେ ୬୨.୨ ପ୍ରତିଶତ କରୋନା ଟିକାକରଣ କରାଯାଇଛି। ସମୁଦାୟ ୧୩ଟି ଅଧିବେଶନରେ ୧୯୬୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ୧୨ଟି ଅଧିବେଶନରେ ୧୨୨୪ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଖୋର୍ଦ୍ଧା, ନୂଆପଡ଼ା ଓ ସମ୍ବଲପୁରରେ ହିଁ ଅଧିବେଶନ ଆୟୋଜିତ ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରରେ ୮ଟି ଅଧିବେଶନରେ ୯୩୨ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୬ହଜାର ୪୨୪ ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେଇ ସାରିଲେଣି।

ଅପରପକ୍ଷରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ନଜରକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି। ଆସନ୍ତା ୧୦ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ‌ଶେଷ ହେବା ପୂର୍ବରୁ ଶତ ପ୍ରତିଶତ ଟିକାକରଣ କରିବା ଲାଗି ଭୁବନେଶ୍ବର ବାଦ୍ ୮ଟି ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। ରାଜ୍ୟରେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୧ଟି ଡିପ୍ ଫ୍ରିଜର ଯୋଗାଇ ଦିଆଯାଇଛି। ଏସବୁ ଡିପ୍‌ ଫ୍ରିଜରଗୁଡ଼ିକୁ ସବୁ ଜିଲ୍ଲାକୁ ପଠାଯିବା ବ୍ୟବସ୍ଥା ଜାରି ରହିଛି। ଟିକାକୁ ସଂରକ୍ଷିତ ରଖିବା ଦିଗରେ ଏହା ସହାୟକ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ସଂରକ୍ଷଣ ପାଇଁ ଆଇଏଲ୍‌ଆର୍‌ ଦିଆଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ