ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୨ଜଣ କରୋନା ସଂକ୍ରମିତ ଚିହ୍ନଟ, ୩ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ବର: ଧୀରେ ଧୀରେ କମ୍ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣ ସଂଗରୋଧ କେନ୍ଦ୍ରରୁ ୧୦୯ ଓ ୮୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି।
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯ରେ ପହଞ୍ଚିଛି। ସେହିପରି ଏବେ ବି ସକ୍ରିୟ ଅଛନ୍ତି ୨୪୦୮ ଜଣ। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୫ ହଜାର ୯୬୫ ଜଣ। ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ଭିତରେ ଅନୁଗୁଳ ଜିଲ୍ଲାରୁ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୩, ବରଗଡ଼ ଜିଲ୍ଲାରୁ ୮, ବଲାଙ୍ଗୀର ଜିଲ୍ଲାରୁ ୧୭, କଟକ ଜିଲ୍ଲାରୁ ୧୦, ଜଗତସିଂହପୁର ଜିଲ୍ଲାରୁ ୨, ଯାଜପୁର ଜିଲ୍ଲାରୁ ୯, ଝାରସୁଗୁଡ଼ା ଜିଲ୍ଲାରୁ ୧୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୧୦, ମୟୂରଭଞ୍ଜ ଜିଲ୍ଲାରୁ ୯, ନୂଆପଡ଼ା ଜିଲ୍ଲାରୁ ୪, ପୁରୀ ଜିଲ୍ଲାରୁ ୧୩, ରାୟଗଡ଼ା ଜିଲ୍ଲାରୁ ୨, ସମ୍ବଲପୁର ଜିଲ୍ଲାରୁ ୧୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩୩ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟ୍‌ ପୁଲ୍‌ରୁ ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହାଛଡ଼ା ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ନୟାଗଡ଼ ଓ ସୋନପୁର ଆଦି ୮ଟି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଆଉ ୩ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ