ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ କେତେ ବେଡ୍‌ ରହିଛି? ଜାଣନ୍ତୁ କେଉଁଠି କେତେ ଭର୍ତ୍ତି, କେତେ ଖାଲି

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ଟି ବେଡ୍‌ ରହିଛି । ସମୁଦାୟ ୧୫୭୬ ଜଣ ରୋଗୀ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ ୪୬୪୦ ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪୩୬୮ ବେଡ ରହିଛି। ଘରୋଇ ହସ୍ପିଟାଲରେ ୭୫୩ ଜଣ ଆକ୍ରାନ୍ତ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଘରୋଇ ହସ୍ପିଟାଲରେ ୧୪୯୪ଟି ଆଇସିୟୁ ରହିଥିବା ବେଳେ ଆକ୍ରାନ୍ତ ଅଛନ୍ତି ୩୨୦ । ସେହିପରି ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବା ବେଳେ ଆକ୍ରାନ୍ତ ଅଛନ୍ତି ୧୦୪। ରାଜ୍ୟରେ ସମୁଦାୟ ଆଇସିୟୁ ବେଡ ସଂଖ୍ୟା ୨୦୧୮ଟି ଥିବା ବେଳେ ୪୨୪ ଜଣ ଆକ୍ରାନ୍ତ ରହିଛନ୍ତି। ଯେତିକି ଆଇସିୟୁ ବେଡ ରହିଛି ତାହାର ୨୧.୧ ପ୍ରତିଶତ ରୋଗୀ ରହିଛନ୍ତି। ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ରହିଛି ୬୦୩, ଆକ୍ରାନ୍ତ ଅଛନ୍ତି ୪୧ ଜଣ । ସେହିପରି ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର ରହିଥିବା ବେଳେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସମୁଦାୟ ଭେଣ୍ଟିଲେଟର ୭୮୨ ରହିଥିବା ବେଳେ ସେଥିରେ ରୋଗୀ ରହିଛନ୍ତି ୫୯ ଜଣ। ରାଜ୍ୟର ଭେଣ୍ଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ପ୍ରତିଶତ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ