ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣ ସ୍ଥିତିରେ ଅଛି: ଏସସିବି ପ୍ରଶାସିନକ ଅଧିକାରୀ

କଟକ: ଦେଶ ତଥା ରାଜ୍ୟରେ ଏବେ କୋଭିଡ ନିୟନ୍ତ୍ରଣରେ ସ୍ଥିତି ଅଛି । କିନ୍ତୁ ବିଶ୍ବର ଅନ୍ୟ ଦେଶରେ ବି.ଏଫ ୭ ଭାଇରସ ପ୍ରଭାବ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରାଯାଉଛି । ଏହି କ୍ରମରେ କୋଭିଡ ଭିତ୍ତି ଭୁମିକୁ ନିରୀକ୍ଷଣ କରିବା ପାଇଁ ଆଜି ଠାରୁ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲ ତଥା ମେଡିକାଲ କଲେଜ ଗୁଡ଼ିକରେ ମକ ଡ୍ରିଲ କରାଯିବ। ତେବେ ଏହି ମକ ଡ୍ରିଲ ବା ପ୍ରସ୍ତୁତିର ଅନୁଧାନ ପାଇଁ ଏସସିବିରେ ବ୍ୟବସ୍ଥା କରାଯାଇଛି। ଏସସିବି ପରିସରରେ ଥିବା କୋଭିଡ ହସ୍ପିଟାଲ ନମ୍ବର ୪କୁ ପ୍ରସ୍ତୁତ କରାଯାଉଛି । ଏହି ହସ୍ପିଟାଲର ୧୫ଟି ଆଇସିୟୁ ବେଡ ସହିତ ୫ଟି ସାଧାରଣ ସଜ୍ୟା ମଧ୍ୟ ରହିବ । ତେବେ ୨୦ ବେଡ ବିଶିଷ୍ଟ ଏହି ହସ୍ପିଟାଲର ପରିଚାଳନା ପାଇଁ ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଦାୟୀତ୍ବ ଦିଆଯାଇଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏହା ବ୍ୟତିତ ଏହି ୟୁନିଟରେ ପାରାମେଡିକାଲ ଷ୍ଟାଫ , ଷ୍ଟାଫ ନର୍ସଙ୍କୁ ମିଶାଇ ତିନିଟି ସିଫ୍ଟରେ ପ୍ରାୟ ୫ ରୁ ୬ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବାକୁ ଲକ୍ଷ ରଖାଯାଇଛି । ଏହା ସହିତ ଆବଶ୍ୟକ ସଂଖ୍ୟକ ବେଡ଼, ଅକ୍ସିଜେନ, ପିପିଇ କିଟ୍, ଔଷଧ ମହଜୁଦ ରଖାଯାଉଥିବା ମଧ୍ୟ କହିଛନ୍ତି କଟକଏସସିବି ମେଡ଼ିକାଲ ର ପ୍ରଶାସିନକ ଅଧିକାରୀ ଡକ୍ଟର ଅବିନାଶ ରାଉତ | ତେବେ କଟକ ଏସ୍‌ସିବି ମେଡ଼ିକାଲ ସମ୍ପୁର୍ଣ୍ଣ ପ୍ରସ୍ତୁତ। ମକ ଡିଲ ସମ୍ପୂର୍ଣ୍ଣ ଶେଷ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।