ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୨୩ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୫୨୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ ହଜାର ୯୭୦କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାରୁ ୫୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୭ ଜଣ, କଟକ ଜିଲ୍ଲାରୁ ୪୫ ଜଣ, ଅନୁଗୁଳ ଜିଲ୍ଲାରୁ ୩୨ ଜଣ, ଯାଜପୁର ଜିଲ୍ଲାରୁ ୨୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬ ଜଣ, ବରଗଡ଼, ନୂଆପଡ଼ା ଜିଲ୍ଲାରୁ ୨୪ ଜଣ ଲେଖାଏଁ ଓ ଜଗତସିଂହପୁର ଜିଲ୍ଲାରୁ ୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ, ପୁରୀ ଜିଲ୍ଲାରୁ ୧୩ ଜଣ, ଗଂଜାମ, କେନ୍ଦୁଝର, ରାୟଗଡ଼ା ଜିଲ୍ଲାରୁ ୯ ଜଣ ଲେଖାଏଁ, କେରାପୁଟ ଜିଲ୍ଲାରୁ ୮ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ଭଦ୍ରକ, କଳାହାଣ୍ଡି ଜିଲ୍ଲାରୁ ୬ ଜଣ ଲେଖାଏଁ, ଝାରସୁଗୁଡ଼ା, ମାଲକାନଗିରି ଜିଲ୍ଲାରୁ ୩-୩ ଜଣ, ଢେଙ୍କାନାଳ, ନବରଂଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼ ଜିଲ୍ଲାରୁ ଜଣେ ଓ ରାଜ୍ୟପୁଲରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ