ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ଅସମ୍ଭାଳ ଶୀତ, ୧୦ ଡିଗ୍ରୀ ତଳେ ରାତି ତାପମାତ୍ରା

ଭୁବନେଶ୍ୱର ୨୮।୧୧ : ରାଜ୍ୟରେ ଶୀତ ଲହରୀ ଏବେ ଅସମ୍ଭାଳ ହେଲାଣି । କିଛି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଆସିଛି । କୋରାପୁଟର ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର ପାଲଟିଛି । ଏଠାରେ ପାରଦ ୭.୬ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳେ ଅଛି ।

କନ୍ଧମାଳ ଜି.ଉଦୟଗିରିରେ ରାତି ତାପମାତ୍ରା ୯ ଡିଗ୍ରୀ ରହିଛି । ସୁନ୍ଦରଗଡ କିରେଇରେ ୯.୪, କନ୍ଧମାଳର ଫୁଲବାଣୀରେ ୯.୫, ସମ୍ବଲପୁର ଚିପିଲିମାରେ ୯.୮, କେନ୍ଦୁଝରରେ ୧୦ ଓ ଦାରିଙ୍ଗିବାଡିରେ ରାତି ତାପମାତ୍ରା ୧୦ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ ୧୦.୬, ରାଣୀତାଳରେ ୧୧, ଦେବଗଡ଼ରେ ୧୧.୫, ହୀରାକୁଦରେ ୧୧.୮, ସୁନ୍ଦରଗଡରେ ୧୨, ବରଗଡ଼ରେ ୧୨.୪, କୋରାପୁଟରେ ୧୨.୬, ଅନୁଗୁଳରେ ୧୨.୬, ଭବାନୀପାଟଣାରେ ୧୩, ସମ୍ବଲପୁରରେ ୧୩.୫, ବଲାଙ୍ଗୀରରେ ୧୩.୫, ବାଲେଶ୍ୱରରେ ୧୩.୯, ଟିଟିଲାଗଡ଼ରେ ୧୪, ବୌଦ୍ଧରେ ୧୪, ଭଦ୍ରକରେ ୧୪ ଓ କଟକରେ ରାତି ତାପମାତ୍ରା ୧୪.୮ ଡିଗ୍ରୀ ରେକର୍ଡ ହୋଇଛି।

ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ । ସକାଳେ କୁହୁଡ଼ି ପାଗ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।