ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତାର କାହାଣୀ ବଖାଣିଛନ୍ତି। ୧୦୫ଟି ବିନ୍ଦୁରେ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ କିପରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି, ସର୍ବୋପରି ଆଗାମୀ ଦିନରେ ସରକାର ଆଉ କ’ଣ କ’ଣ କରିବାକୁ ଯୋଜନା କରିଛନ୍ତି ତାହାର ତାଲିକା ରଖିଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ, ଅତ୍ୟାବଶ୍ୟକ ସେବା ପ୍ରଦାନ, ଜୀବିକା ସୁଯୋଗ ସୃଷ୍ଟି ଏବଂ ଗମନାଗମନ ସୁବିଧା ସମେତ ପ୍ରମୁଖ ଓ ମୌଳିକ ଭିତ୍ତିଭୂମିର ବିକାଶକୁ ସରକାର ଗୁରୁତ୍ବ ଦେଉଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଏବଂ ଅନ୍ୟାନ୍ୟ ସୁବିଧା ସହିତ କୃଷି ପାଇଁ ଜଳସେଚନ ଏବଂ ସ୍ବାସ୍ଥ୍ୟ ସେବା ଓ ଶିକ୍ଷାକୁ ପରବର୍ତ୍ତୀସ୍ତରକୁ ନେବାର ପ୍ରାଥମିକତା ଜାରି ରଖିବ। ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ଏବଂ ସମସ୍ତ ବର୍ଗର ଲୋକଙ୍କୁ ସଶକ୍ତ କରିବା ପାଇଁ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ। ତେବେ ୨୦୨୨ଥିଲା ଓଡ଼ିଶା ପାଇଁ ଜୀବିକା ନିର୍ବାହ, ଅଭିବୃଦ୍ଧି ଏବଂ ପରବର୍ତ୍ତୀସ୍ତରର ରୂପାନ୍ତରଣର ବର୍ଷ। ସ୍ବାସ୍ଥ୍ୟସେବା ଉପକ୍ରମ, ଗ୍ରାମୀଣ ଗୃହ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା, ଶିକ୍ଷାନୁଷ୍ଠାନ ରୂପାନ୍ତରଣ, ଲକ୍ଷାଧିକ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ସାମାଜିକ ଓ ଅର୍ଥନୈତିକ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଓ ମହିଳାଙ୍କ ସଶକ୍ତୀକରଣ, ପ୍ରତ୍ୟେକ ପରିବାର ପାଇଁ ନିଜସ୍ବ ଖାଦ୍ୟ ଯୋଜନା, ଆମ କ୍ରୀଡ଼ା ଏବଂ ପର୍ଯ୍ୟଟନ ଭିତ୍ତିଭୂମି, ପ୍ରଶାସନିକ ସଂସ୍କାର, ସାର୍ବଜୀନ ଆର୍ଥିକ ପରିଚାଳନାଗତ ସଂସ୍କାର ଆଦି କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଅସୀମିତ ଆହ୍ବାନ ସତ୍ତ୍ବେ ୨୦୨୨ରେସରକାର ଏକ ଉଲ୍ଲେଖନୀୟ ଯାତ୍ରା ଅବ୍ୟାହତ ରଖିଛନ୍ତି। ଆମ ଆକଂାକ୍ଷିତ ଏକ ନୂତନ, କର୍ମମୁଖର ଓଡ଼ିଶାର ନିର୍ମାଣ ଚାଲିଛି। ଏକ ସମଭାବପନ୍ନ ବିକାଶର ଜୟଯାତ୍ରା ଚାଲିଛି।
ରାଜ୍ୟପାଳ ଆହୁରି କହିଥିଲେ, ୫ଟି ଏବଂ ‘ମୋ ସରକାର’ ଉପକ୍ରମ ବୃତ୍ତିଗତ ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି। ଜନସାଧାରଣଙ୍କ ମତାମତ ଆଧାରରେ ପ୍ରାଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିଛି ଏବଂ ଲୋକାଭିମୁଖୀ ପ୍ରାଶାସିନକ ଆଭିମୁଖ୍ୟ ଲୋକଙ୍କୁ ସରକାରଙ୍କ ନିକଟତର କରିଛି। ସରକାରଙ୍କ ପ୍ରାଶାସନିକ ଆଭିମୁଖ୍ୟ ଏବେ ଲୋକାଭିମୁଖୀ ଏବଂ ଗରିବ କଲ୍ୟାଣକାରୀ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ତୃତୀୟ ସଂସ୍କରଣ ଏବଂ ଲଗାତର ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ କରି ସରକାର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ସେହିପରି ନିରନ୍ତର ଗୁଣାତ୍ମକ ଭିତ୍ତିଭୂମି ସୃଷ୍ଟି ଉପରେ ସର୍ବାଧିକ ଗୁରୁତ୍ବାରୋପ କରି ୨୦୨୨-୨୩ ବର୍ଷରେ ସରକାର ମୋଟ୍ ରାଜ୍ୟ ଘରୋଇ ଉତ୍ପାଦର ୫%ରୁ ଅଧିକ ଏଥିପାଇଁ ଆବଣ୍ଟନ କରିଛନ୍ତି।
ରାଜ୍ୟପାଳ ବିଭିନ୍ନ ବିଭାଗର ଆଗାମୀ ଯୋଜନା ନେଇ ସୂଚନା ଦେଇ କହିଥିଲେ, ଗତ ୨୦ବର୍ଷରେ ବିଦ୍ୟୁତ ଉତ୍ପାଦନ କ୍ଷମତା ବୃଦ୍ଧି ସହ ପ୍ରସାରଣ ଏବଂ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିପୁଳ ପୁଞ୍ଜିନିବେଶ କରାଯାଇଛି। ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଅଣାଯାଇଛି। ୨୦୨୩, ଜୁନ୍ ସୁଦ୍ଧା ବିଦ୍ୟୁତ ସଂଯୋଗରୁ ବାଦ୍ ପଡ଼ିଥିବା ପରିବାରଗୁଡ଼ିକୁ ବିଦ୍ୟୁତୀକରଣ ପାଇଁ ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ୧୮୮.୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୬-୨୭ ସୁଦ୍ଧା ୩.୫ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ରତ୍ପାନି ପୋତ୍ସାହନ ନୀତି-୨୦୨୨ ପ୍ରଣୟନ କରିଛନ୍ତି। ଏହାଦ୍ବାରା ଓଡ଼ିଶା ଶ୍ରେଷ୍ଠ ୫ଟି ରତ୍ପାନିକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇବ। ଚଳିତବର୍ଷ ରାଜ୍ୟରେ ୨୫କୋଟି ଶ୍ରମ ଦିବସ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ ୩୦ଲକ୍ଷ ପରିବାର ଓ ୪୬ଲକ୍ଷ ଶ୍ରମଜୀବୀଙ୍କୁ ରୋଜଗାର ମିଳିପାରିବ। ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷକୁ କ୍ରମାଗତ ଭାବେ ପ୍ରୋତ୍ସାହିତ କରାଯାଉଛି। ଚଳିତବର୍ଷ ୬୫୦୦ ବ୍ୟକ୍ତିଗତ ଉଦ୍ୟୋଗୀ ଏବଂ ୩ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କ୍ଷୁଦ୍ରାକାର ବ୍ରଏଲର୍ ୟୁନିଟ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ୧୯୨ଟି ମେଗାଲିଫ୍ଟ ପ୍ରକଳ୍ପ, ୧ଲକ୍ଷରୁ ଅଧିକ ନଳକୂପ ଖନନ ଶେଷ ହୋଇଥିବାବେଳେ ଆଗାମୀ ୫ବର୍ଷରେ ଆହୁରି ୧ଲକ୍ଷ ଗଭୀର ନଳକୂପ ସ୍ଥାପନ କରାଯିବ।
୨୦୩୦ ସୁଦ୍ଧା ମ୍ୟାଲେରିଆ ଶୂନ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ସରକାର ୨୧ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ ‘ଦମନ’କୁ ଆଉ ୫ବର୍ଷ ପାଇଁ ବୃଦ୍ଧି କରି ମ୍ୟାଲେରିଆ ନିରାକରଣ ପଦକ୍ଷେପକୁ ସୁଦୃଢ କରିଛନ୍ତି।
୨୦୨୪ ସୁଦ୍ଧା ସମସ୍ତ ଗ୍ରାମୀଣ ପରିବାରକୁ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପାନୀୟ ଜଳ ଯୋଗାଯିବ। ସେହିପରି ଏବେ ସୁଦ୍ଧା ୮୨ଟି ସହରାଞ୍ଚଳରେ ଶତ ପ୍ରତିଶତ ପରିବାରକୁ ପାନୀୟ ଜଳ ଯୋଗାଣ ହୋଇଥିବାବେଳେ ଶତ ପ୍ରତିଶତ ପରିବାରକୁ ପାଇପ୍ ପାଣି ଯୋଗାଇବାରେ ଭୁବନେଶ୍ବର ଓ କଟକ ସମଗ୍ର ଦେଶରେ ପ୍ରଥମ ଓ ଦ୍ବିତୀୟ ମହାନଗର ନିଗମ। ମାର୍ଚ୍ଚ, ୨୦୨୩ ପୂର୍ବରୁ ରାଜ୍ୟର ସମସ୍ତ ୧୧୫ଟି ସହରାଞ୍ଚଳରେ ଶତ ପ୍ରତିଶତ ଘରୋଇ ସଂଯୋଗ ଯୋଗାଇ ଦିଆଯିବ। ଜାଗା ମିସନ ସହରାଞ୍ଚଳ ବସ୍ତିଗୁଡ଼ିକୁ ବାସୋପଯୋଗୀ ‘ବସତି’ରେ ପରିବର୍ତ୍ତିତ କରୁଛି।
ସେହିପରି ୨୦୨୩-୨୪ ସୁଦ୍ଧା ସମସ୍ତ ଗ୍ରାମପଞ୍ଚାୟତକୁ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟରେ ସାମିଲ୍ କରିବା ଏବଂ ସମସ୍ତ ଗ୍ରାମକୁ ଓଡିଏଫ୍+ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି। କୁପୋଷଣର ସମାଧାନ, ଗୋଷ୍ଠୀ ସଚେତନତା, ତଥ୍ୟ ପରିଚାଳନା ଓ ବିଶ୍ଲେଷଣ ଏବଂ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ଏବଂ ପ୍ରକୃଷ୍ଟ ଉନ୍ନତ ଭିତ୍ତିଭୂମି ମାଧ୍ୟମରେ ସେବା ପ୍ରଦାନରେ ଉନ୍ନତି ଆଣିବା ଏବଂ ଉତ୍କର୍ଷ ହାସଲ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ‘କର୍ମମୁଖର ଅଙ୍ଗନବାଡି’ କେନ୍ଦ୍ରରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଗତ ୫ବର୍ଷରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ପରିସ୍ଥିତିର ଦୃଢ ମୁକାବିଲା କରାଯାଇଛି। ସରକାର ଏବଂ ସୁରକ୍ଷା ବାହିନୀର ଆଗୁଆ ପଦକ୍ଷେପ ଯୋଗୁଁ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ବର୍ତ୍ତମାନ ୨୧ରୁ ୧୦ଗୁ ହ୍ରାସ ପାଇଛି। ସେହିପରି ଭବିଷ୍ୟତରେ ରାଜସ୍ବ ଅଭାବକୁ ପୂରଣ କରିବା ପାଇଁ ‘ବଜେଟ୍ ସ୍ଥିରତା ପାଣ୍ଠି’ ସ୍ଥାପନ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ ହୋଇଛି ବୋଲି ରାଜ୍ୟପାଳ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l