ଧର୍ମ

ରାଜା ହେଲେ କୁବେର, ଏବେ ୨୦୨୦ ପର୍ଯ୍ୟନ୍ତ ଚମକିବେ ଏହି ୩ ରାଶି

ଧନପତି କୁବେର ରାଜା ହୋଇସାରିଲେଣି। ଏଣୁ ଏବେ ୩ ଟି ରାଶିର ଭାଗ୍ୟ ଚମକିବ। ଏବେ ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଏହି ରାଶିଙ୍କ ପ୍ରତି କୁବେରଙ୍କ ଆଶିର୍ବାଦ ବର୍ଷିବ। ଫଳରେ ଏହି ରାଶି ଜାତକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଜୀବନ ପୁଣି ଗତିଶୀଳ ହେବାରେ ଲାଗିବ। ଏହି ଜାତକମାନେ ଅଧିକ ସ୍ଫୁର୍ତ୍ତି ଅନୁଭବ କରିବା ସହ ଏପର୍ଯ୍ୟନ୍ତ ବକେୟା ଥିବା କାମ ଶେଷ କରିବାରେ ସକ୍ଷମ ହେବେ। ତେବେ କେଉଁ ରାଶି ଜାତକ ଲାଭବାନ ହେବେ ଆସନ୍ତୁ ଜାଣିବା।

କନ୍ୟା ରାଶି: କନ୍ୟାରାଶି ଜାତକଙ୍କ ଉପରେ ଏବେ କୁବେର ଖାସ ମେହେରବାନ ହୋଇଛନ୍ତି। ଏଣୁ ଏହି ରାଶି ଜାତକ ନିଜକୁ ଖୁବ୍ ଉର୍ଜାବାନ ଅନୁଭବ କରିବା ସହ ପାରିବାରିକ ଆର୍ଥିକ ସ୍ଥିତି ସୁଧାରରେ ସେମାନଙ୍କ ପ୍ରତ୍ୟେକ ପଦକ୍ଷେପ ସଫଳ ହେବ। ଜୀବନ ଶୈଳୀ ବଦଳାଇବାରେ ପତ୍ନୀଙ୍କ ସହଯୋଗ ଅଧିକ ସହାୟକ ସାବ୍ୟସ୍ତ ହେବ। ପୁରୁଣା ପ୍ରେମ ପ୍ରସଙ୍ଗ ଉଜାଗର ହୋଇପାରେ। ଏଣୁ ପତ୍ନୀଙ୍କ ସହ ସୌହାର୍ଦ୍ଦ୍ୟ ରକ୍ଷା କରିବା ଜରୁରି ।
ତୁଳାରାଶି: ତୁଳାରାଶି ଜାତକଙ୍କ ଲାଗି ମଧ୍ୟ ସମୟ କୁବେରଙ୍କ ଯୋଗୁ ଅନୁକୁଳ ହୋଇଛି। ଏଣୁ ସହକର୍ମୀଙ୍କ ସହ ମିଳାମିଶାରେ ସତର୍କତା ଅବଲମ୍ବନ କରନ୍ତୁ। ସେମାନଙ୍କ ଚାତୁର୍ଯ୍ୟପୂର୍ଣ୍ଣ କଥାବାର୍ତ୍ତାରେ ଭଳି ନଯାଇ ଠିକ ଭୁଲ ନିର୍ଣ୍ଣୟ ନିଜେ କରନ୍ତୁ। ୨୦୨୦ ଆଗାମନ ପର୍ଯ୍ୟନ୍ତ ଆପଣଙ୍କ ସାମର୍ଥ୍ୟ ବୃଦ୍ଧି ହେବ। ଏହି କ୍ଷମତା ଓ ଶକ୍ତିକୁ ଆପଣ ଅଧାରହିଥିବା କାମ ଶେଷ କରିବାରେ ବିନିଯୋଗ କରନ୍ତୁ। ଅପ୍ରତ୍ୟାସିତ ଖୁସି ଖବରମିଳିବ।

ମେଷ ରାଶି: ଏହି ରାଶି ଜାତକଙ୍କ ଉପରେ ଧନାଧିପତି କୁବେରଙ୍କ ଅଶେଷ ଆଶିର୍ବାଦ ରହିବ। ଏବେ ଠାରୁ ୨୦୨୦ ପର୍ଯ୍ୟନ୍ତ ସମୟ ବେଶ ଅନୁକୂଳ ହେବ। ଯେଉଁମାନେ ନୂଆ କୋର୍ସରେ ଆଡମିଶନ ନେବାକୁ ଚାହାଁନ୍ତି ସେମାନଙ୍କ ଲାଗି ସମୟ ଏବେ ଅନୁକୁଳ। ସାହିତ୍ୟାନୁରାଗୀ ଲୋକଙ୍କୁ ସେମାନଙ୍କ ଦକ୍ଷତା ଲାଗି ପୁରସ୍କୃତ ହେବାର ସମୟ ଆସିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ