ଅପରାଧ ଦେଶ ବିଦେଶ ରାଜନୀତି

ରାଜସ୍ଥାନ ଭରତପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପଥର ଫିଙ୍ଗାଫିଙ୍ଗି ସହ ଗାଡି ଭଙ୍ଗାରୁଜା

ଭରତପୁର ୧୦।୫: ରାଜସ୍ଥାନ ଭରତପୁରରେ ଏକ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଉତ୍ସବକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହା ପରେ ପ୍ରାୟ ଅଧ ଘଣ୍ଟା ଯାଏଁ ପଥର ଫିଙ୍ଗିଫିଙ୍ଗି ହୋଇଥିଲେ ଦୁଇ ଗୋଷ୍ଠୀ । ଉପଦ୍ରବକାରୀମାନେ ଗାଡି ଭଙ୍ଗାରୁଜା ମଧ୍ୟ କରିଥିଲେ । ବିଳମ୍ବିତ ରାତିରେ ପୋଲିସ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦେଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ପଥର ଫିଙ୍ଗିବା ବେଳେ ୨ ଜଣ ଆହତ ହୋଇଛନ୍ତି । ପ୍ରଶାସନ ସଂପୃକ୍ତ ଅଞ୍ଚଳକୁ ପୋଲିସ ଛାଉଣୀ କରିଦେିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଛାନ୍‌ଭିନ୍‌ ବେଳେ ବୋତଲ ଏବଂ ପଥର ଉଦ୍ଧାର ହୋଇଛି । ଏହି ଘଟଣା ମଥୁରା ଗେଟ୍ ଥାନା ଅଞ୍ଚଳ ବୁଦ୍ଧ ହାଟରେ ଘଟିଛି । ଏହା ପୂର୍ବରୁ ୨୦୧୩ ମସିହାରେ ମଧ୍ୟ ଝଗଡା ହୋଇଥିଲା ।

୨୦୧୩ ମସିହାରେ ଦୁଇ ସମ୍ପ୍ରଦାୟର ପରିବାର ମଧ୍ୟରେ ମାଂସ ଦୋକାନକୁ ନେଇ ବିବାଦ ହୋଇଥିଲା । ତତ୍କାଳୀନ ପ୍ରଶାସନ ମାଂସ ଦୋକାନ ବନ୍ଦ କରିଦେଇଥିଲା । ପରେ ଏହି ଘଟଣାରେ ଉଭୟ ପକ୍ଷ ତରଫରୁ ମାମଲା ରୁଜୁ ହୋଇଥିଲା । ତେବେ ଏହି ମାମଲାରେ ସୋମବାର ଦିନ କୋର୍ଟ ଗୋଟିଏ ପକ୍ଷ ଉପରେ ୬ଶହ ଟଙ୍କା ଜରିମାନା ଲଗାଇଥିଲେ । ଫଳରେ ଅନ୍ୟ ପକ୍ଷର ଲୋକମାନେ ଉତ୍ସବ ପାଳନ କରିଥିଲେ । ଅଭିଯୋଗ ହୋଇଛି ଯେ, ସେହି ସମୟରେ ମାଂସ ଖାଇବା ସହ ଏବଂ ମଦ ମଧ୍ୟ ପିଉଥିଲେ ।

ଏହାକୁ ବିରୋଧ କରି ଅନ୍ୟ ପକ୍ଷଙ୍କ ପକ୍ଷରୁ ପଥର ଫିଙ୍ଗା ଯାଇଥିଲା । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ଚାଲିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ପୋଲିସ ଏହି ଘଟଣାରେ ୧୫ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର