ଅପରାଧ ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ରାଜସ୍ଥାନ ପୁଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ୨୦୨୨: ସମସ୍ତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଦାବି କଲେ ‘ବିଜେପି’ ସାଂସଦ

ଜୟପୁର: ୨୦୨୨ ରାଜସ୍ଥାନ ପୁଲିସ କନେଷ୍ଟବଳ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କଥା ‘ବିଜେପି’ର ରାଜ୍ୟସଭା ସାଂସଦ କିରୋଡ଼ି ଲାଲ୍‌ ମୀନା ବୁଧବାର ଦିନ ଦାବି କରିଛନ୍ତି।

ପ୍ରଶ୍ନପତ୍ର ଲିକ୍‌ ହୋଇଥିବା କାରଣରୁ ୨୦୨୨ ରାଜସ୍ଥାନ ପୁଲିସ କନେଷ୍ଟବଳ ପରୀକ୍ଷା ବାତିଲ୍‌ ହୋଇଥିବା ରିପୋର୍ଟ ପ୍ରକାଶିତ ହେବା ପରେ ସାଂସଦ ମୀନା ପରୀକ୍ଷା ଆୟୋଜନ କରିଥିବା ଏଜେନ୍‌ସିକୁ ଏଥିପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି, ଉକ୍ତ ଏଜେନ୍‌ସିର କେବଳ ‘ଅନ୍‌ଲାଇନ୍‌’ ପରୀକ୍ଷା କରାଇବାରେ ଅଭିଜ୍ଞତା ରହିଛି। ଏହି ଘଟଣାର ‘ସିବିଆଇ’ ତଦନ୍ତ କରାଯିବା ଉଚିତ।

କୌଣସି ପ୍ରମାଣ ନ ଦର୍ଶାଇ ଥିଲେ ବି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ରାଜସ୍ଥାନ ପୁଲିସ କନେଷ୍ଟବଳ ପରୀକ୍ଷା ୨୦୨୨ର ସମସ୍ତ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଏଥିପାଇଁ ‘ଟିସିଏସ୍‌ କମ୍ପାନି’ର ମୁଖ୍ୟ ଭୁବନେଶ ଭାର୍ଗବ ସମ୍ପୂର୍ଣ୍ଣ ଦାୟୀ। କେବଳ ‘ଅନ୍‌ଲାଇନ୍‌’ ପରୀକ୍ଷା କରାଇବା ପାଇଁ ଏହି କମ୍ପାନିର ଅଭିଜ୍ଞତା ଅଛି।

ଉଲ୍ଲେଖଯୋଗ୍ୟ, ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜସ୍ଥାନ ପୁଲିସର ଜଣେ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ଙ୍କ ସମେତ ୮ଜଣଙ୍କୁ ଗିରଫ କରାଯାଇଛି। ଝୋତୱାରା ଅଞ୍ଚଳରେ ଥିବା ‘ଦିବାକର ପବ୍ଲିକ୍‌ ସେକେଣ୍ଡାରି ସ୍କୁଲ୍‌’ ଆୟୋଜିତ ପରୀକ୍ଷା କେନ୍ଦ୍ରରେ ମେ ୧୪ ତାରିଖ ଦିନ ହୋଇଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଉକ୍ତ ଅଭିଯୁକ୍ତମାନେ ସମ୍ପୃକ୍ତ ଥିବା କଥା ରାଜସ୍ଥାନ ପୁଲିସର ‘ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌’ ଜାଣିପାରିଛି।

ମେ ୧୬ ତାରିଖ ଦିନ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଏକ ମାମଲା ରୁଜୁ କରାଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି