ମନୋରଞ୍ଜନ

ରାଜସ୍ଥାନର ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୋନୁ ସୁଦ, ଉଡାଜାହାଜରେ ପଠାଇଲେ ଉଞ୍ଜେକ୍ସନ୍

ନୂଆଦିଲ୍ଲୀ ୨୩/୦୫: କରୋନା କାଳରେ ବଲିଉଡ ଅଭିନେତା ସୋନୁ ସୁଦ ଗତ ବର୍ଷ ଠାରୁ ଲୋକମାନଙ୍କୁ ନିରନ୍ତର ସାହାଯ୍ୟ କରିଆସୁଛନ୍ତି। କେବଳ ମୁମ୍ବାଇ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ସୋନୁ ସୁଦ ସହାୟତା ଯୋଗାଉଛନ୍ତି। ସୋନୁ ମଧ୍ୟ ଏହି କଠିନ ସମୟରେ ଏକ ଟିମ୍ ଗଠନ କରିଛନ୍ତି, ଯାହା ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛି । କରୋନା ପରେ, ବ୍ଲାକ୍ ଫଙ୍ଗସ୍ ରୋଗର ରୋଗୀମାନେ କ୍ରମାଗତ ଭାବରେ ବୃଦ୍ଧି ପାଉଛନ୍ତି । ଏହି ସମୟରେ ରାଜସ୍ଥାନର ବ୍ଲାକ୍ ଫଙ୍ଗସରେ ପୀଡିତ ଜଣେ ରୋଗୀ ସୋନୁ ସୁଦଙ୍କ ସାହାଯ୍ୟ ଲୋଡିଥିଲେ, ଅଭିନେତା ଦେବଦୂତ ସାଜି ରାଜସ୍ଥାନ ଯୋଧପୁରରେ ସାହାଯ୍ୟ ପହଞ୍ଚାଇଛନ୍ତି ।

ବାସ୍ତବରେ, ବ୍ଲାକ୍ ଫଙ୍ଗସର ଶୀଘ୍ର ବିସ୍ତାର ହେତୁ ରୋଗୀମାନେ ବୃଦ୍ଧି ପାଉଛନ୍ତି ଏହି ସମୟରେ, ଏହି ରୋଗର ଇଞ୍ଜେକ୍ସନ୍ ବଜାରରେ ଅଭାବ ଦେଖାଦେଉଛି ଏଭଳି ପରିସ୍ଥିତିରେ ଗଙ୍ଗନଗରର ଟାଟିଆ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମନଜିତ କୌର ଆମ୍ପୋଟେସିନ୍ ବି ଇଞ୍ଜେକ୍ସନର ସାହାଯ୍ୟ ପାଇଁ ଅଭିନେତା ସୋନୁ ସୁଦଙ୍କୁ ନିବେଦନ କରିଥିଲେ। ଏହା ପରେ ସୋନୁ ସୁଦ ତାଙ୍କ ଟିମର ସଦସ୍ୟ ହିତେଶ ଜୈନଙ୍କୁ ଏହି କାର୍ଯ୍ୟ କରିବାର ଦାୟିତ୍ୱ ଦେଇଥିଲେ।

ସେହିପରି, ଯୋଧପୁର AIIMS ରେ ଭର୍ତ୍ତି ହୋଇଥିବା କମଲ କିଶୋର ସିଙ୍ଗଲ ବ୍ଲାକ୍ ଫଙ୍ଗସ୍ ରୋଗରେ ପୀଡିତ ଥିଲେ। କମଲ କିଶୋରଙ୍କ ପରିବାର ପଙ୍କଜ ଗର୍ଗ ସୋନୁ ସୁଦ ଫାଉଣ୍ଡେସନକୁ ଟ୍ୱିଟ କରି ସାହାଯ୍ୟ ମାଗିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଟୁଇଟ୍ ହେବା ମାତ୍ରେ ସୋନୁ ସୁଦଙ୍କ ଟିମର ସଦସ୍ୟ, ହିତେଶ ଜୈନ ଏବଂ ରାଜଭୀର ସିଂ ସାହାଯ୍ୟ ପାଇଁ ମୁମ୍ବାଇରୁ ଦିଲ୍ଲୀକୁ ଏହି ଇଞ୍ଜେକ୍ସନ୍ ଉଡାଜାହାଜ ମାଧ୍ୟମରେ ପଠାଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ