ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜସ୍ଥାନରେ ଗର୍ଜିଲେ ମୋଦୀ: କଂଗ୍ରେସର ‘ଗ୍ୟାରେଣ୍ଟି ଫର୍ମୁଲା’ ଦେଶକୁ ଦେବାଳିଆ କରିଦେବ

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ଶାସିତ ରାଜସ୍ଥାନରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ଅଜମେର ରୢାଲିରେ ମୋଦୀ କହିଛନ୍ତି, ବିଭିନ୍ନ ରାଜ୍ୟରେ କଂଗ୍ରେସ ଯେଉଁ ‘ଗ୍ୟାରେଣ୍ଟି ଫର୍ମୁଲା’ ଆଣୁଛି ତାହା ପୂରଣ କରୁନାହିଁ ଏବଂ ରାଜ୍ୟକୁ ଅସ୍ଥିରତା ଆଡ଼କୁ ନେବାକୁ ଚେଷ୍ଟା କରୁଛି। କଂଗ୍ରେସର ଏହି ଗ୍ୟାରେଣ୍ଟି ଫର୍ମୁଲା ଦେଶକୁ ଦେବାଳିଆ କରିଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୫୦ ବର୍ଷ ତଳେ କଂଗ୍ରେସ ଦାରିଦ୍ରୢ ହଟାଇବାକୁ ଗ୍ୟାରେଣ୍ଟି ଦେଇଥିଲେ। କିନ୍ତୁ ଏହି ଦଳ ଦେଶବାସୀଙ୍କ ସହ ବଡ଼ ବିଶ୍ବାସଘାତ କରି ଲୋକଙ୍କ ଦାରିଦ୍ରୢ ସହ ଖେଳିଥିଲା। ଗରିବଙ୍କୁ ବିଭ୍ରାନ୍ତ କରିବା ଏବଂ ସେମାନଙ୍କୁ ବଞ୍ଚିତ କରି ରଖିବା ହିଁ କଂଗ୍ରେସର ରଣନୀତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ ୨୦୧୪ ପୂର୍ବରୁ ସ୍ଥିତି କିଭଳି ଥିଲା ସେ ସଂପର୍କରେ ଉଲ୍ଲଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସେତେବେଳେ ଲୋକମାନେ ଦୁର୍ନୀତି ବିରୋଧରେ ରାସ୍ତାକୁ ଓହ୍ଲାଉଥିଲେ ଏବଂ ବଡ଼ ବଡ଼ ସହର‌ରେ ଆତଙ୍କବାଦୀ ଆକ୍ରମଣ ହେଉଥିଲା। କଂଗ୍ରେସ ଶାସନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଜଣେ ସୁପରପାୱାର ତଥା ମହାଶକ୍ତି ଥିଲେ ଏବଂ ସରକାର ରିମୋଟ୍‌ କଣ୍ଟ୍ରୋଲ୍‌ ଦ୍ବାରା ପରିଚାଳିତ ହେଉଥିଲା। କଂଗ୍ରେସ ଶାସନ ସମୟରେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧ ବଢ଼ିଥିଲା ଏବଂ ଯୁବକମାନଙ୍କ ଭବିଷ୍ୟତ ଅନ୍ଧାରରେ ଥିଲା। ଦେଶରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଭାରତ ସାରା ବିଶ୍ବରେ ପ୍ରଶଂସିତ ହୋଇଛି ଏବଂ ସବୁ କ୍ଷେତ୍ରରେ ପ୍ରଗତିର ରାସ୍ତା ଖୋଲିଛି। ଏବେ ରାଜସ୍ଥାନରେ କଂଗ୍ରେସର ୮୫ ପ୍ରତିଶତ କମିସନ ସରକାର ଚାଲିଛି ଏବଂ ଗରିବ ଲୋକଙ୍କୁ ଫସାଇବାପାଇଁ କଂଗ୍ରେସ ନୂଆ ଚାଲ ଖେଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ମହାମାରୀ ବିରୋଧରେ ଟିକାକରଣ ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବର୍ଷି ମୋଦୀ କହିଛନ୍ତି, ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା ତେବେ ଦେଶରେ ଶତ ପ୍ରତିଶତ ଟିକାକରଣ ପାଇଁ ଆଉ ୪୦ ବର୍ଷ ଲାଗି ଯାଇଥାନ୍ତା। ଅଜମେର ରୢାଲିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ବିଜେପି ନେତା କୈଳାସ ‌ଚୌଧୁରୀ ଏବଂ ଅନ୍ୟ‌ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ