ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି, ଆମ୍ବୁଲାନ୍ସ ବି ନାହିଁ; ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ

ରାଜସୁନାଖଳା : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରଥମେ ଦଶଶଯ୍ୟା ବିଶିଷ୍ଟ ଥିବା ବେଳେ ପରବର୍ତ୍ତୀ ସମୟରେ ବଢ଼ି ଷାଠିଏ ଶଯ୍ୟାରେ ପରିଣତ ହୋଇଛି। କିନ୍ତୁ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେ‌ଳେ ୨ ନିୟମିତ, ଜଣେ ଠିକା ଓ ଅନ୍ୟଜଣେ ହୋମିଓପାଥିକ ଡାକ୍ତର ଦାୟିତ୍ୱ ତୁଲାଉଛନ୍ତି। ତାହା ପୁଣି ପାଳିରେ। ଫଳରେ ରୋଗୀ ସେବା କେତେ ଉନ୍ନତ ଧରଣର ତାହା ସ୍ପଷ୍ଟ ଅନୁମେୟ। ସ୍ବ‌ାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ନଥିବା ବେଳେ ରୋଗୀମାନେ ସବୁବେଳେ ହଇରାଣ ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହ ନଥିବାରୁ କୌଣସି ରୋଗୀର ମୃତ୍ୟୁ ହେଲେ ବ୍ୟବଚ୍ଛେଦ ଓ ଗୁରୁତର ରୋଗୀ ସ୍ଥାନାନ୍ତର ପାଇଁ ୧୪ କିଲୋମିଟର ଦୂର ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ଯଦ୍ୱାରା ରୋଗୀମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି।

ଅପରପକ୍ଷରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ରଣପୁର ବ୍ଲକ୍‌ର ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବା ବେଳେ ଏହା ଅଧୀନରେ ରଣପୁର ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଦର୍ପନାରାୟଣପୁର, ତାରିଆ, ମଝିଆଖଣ୍ଡ, ଡମସାହି ଓ ମୟୁରଝାଳିଆ ଉପସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ରଣପୁର ବ୍ଲକର ପାଖାପାଖି ୨୫ଟି ପଞ୍ଚାୟତ ଓ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼, ବେଗୁନିଆ ବ୍ଲକ୍‌ର ୨୦ଟି ପଞ୍ଚାୟତର ଜନସାଧାରଣ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୈନିକ ଶତାଧିକ ସଂଖ୍ୟାରେ ରୋଗୀ ଆସିଥିବା ବେଳେ ଡାକ୍ତର ଅଭାବରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସାମାନ୍ୟ ଜ୍ୱର, ଥଣ୍ଡା ଓ ଝାଡ଼ା ରୋଗ ପାଇଁ ନିରୀହ ରୋଗୀମାନେ ନୟାଗଡ଼ କିମ୍ବା ଖୋର୍ଦ୍ଧା ଡାକ୍ତରଖାନା ଯାଉଛନ୍ତି।

ଦୀର୍ଘ ଦିନ ଧରି ଲାଗିରହିଥିବା ଏହି ଡାକ୍ତର ଓ କର୍ମଚାରୀଙ୍କ ସମସ୍ୟା ସମାଧାନ ଦିଗରେ ସ୍ଥାନୀୟ ଜନସାଧାରଣ ଓ ମହାବୀର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।