ରାଜ୍ୟ

ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ବସାଇବେ ରାଜ୍ୟ ସରକାର!

 

ଜୟପୁର: ୨୦୨୨ ମସିହା ଡିସେମ୍ବର ୨୫ତାରିଖ  ଦିନ ବିବାଦୀୟସ୍ଥିତିରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ସମ୍ମୁଖ ଗେଟ ସମ୍ମୁଖରୁ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତି ହଟାଇ ଦେଇଥିଲା ପ୍ରଶାସନ। ହଟାଯିବାର ୧୪ମାସ ବିତିସାରିଥିଲେ ହେଁ ଏ ପର୍ଯ୍ୟନ୍ତ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନି। ଏହାରି ମଧ୍ୟରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ଆରମ୍ଭର ବର୍ଷକ ବିତିଲା। ପ୍ରତିମୂର୍ତ୍ତି ଉଠାଇ ନେବା ପରେ ସମ୍ମୁଖ ଗେଟର ଏହି ସ୍ଥାନଟି ଏବେ ଲଣ୍ଡା ଲଣ୍ଡା ଦିଶୁଛି। ଏହାକୁ ନେଇ ମାନବାଧିକାର କର୍ମୀ ଅନୁପ ପାତ୍ର ଟୁଇଟ୍‌ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ‌ଚିଠି କରି ଅବଗତ କରିବା ପରେ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ଅଧିନସ୍ଥ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଠାରେ ପିଣ୍ଡି ନିର୍ମାଣ ପାଇଁ  ଓଡିଶା ରାଜ୍ୟ ପ୍ରତ୍ନତାତ୍ତ୍ବିକ ସଂସ୍ଥାର ଅଧିକ୍ଷକ ଓ ପତ୍ନତାତ୍ତ୍ବିକ ସହାୟକ ଯନ୍ତ୍ରୀଙ୍କୁ ବ୍ୟୟ ଅଟକଳ ପ୍ରସ୍ତୁତ କରି ରାଜ୍ୟସରକାରଙ୍କ ନିକଟରେ ଅନୁମୋଦନ ପାଇଁ ଦାଖଲ କରିବାକୁ କୁହାଯାଇଛି।

ଅପରପକ୍ଷରେ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ପୁର୍ଣ୍ଣାବୟବ ବ୍ରୋଂଜ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ସ୍ଥାପନ ପାଇଁ ବିଭାଗର ପ୍ରତିମୂର୍ତ୍ତି ଚୟନ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ବିଭିନ୍ନ ଭଙ୍ଗୀର ତିନି ଗୋଟି ଫଟୋ ଚିତ୍ର ସ୍ବାକ୍ଷର କରି ପଠାଇବାକୁ ମାନବାଧିକାର କର୍ମୀ ଶ୍ରୀପାତ୍ରଙ୍କୁ ଚିଠି ଆସିଛି। ସେ ବିଶାଖାପାଟଣାସ୍ଥିତ ଆନ୍ଧ୍ର ବିଶ୍ବବିଦ୍ୟାଳୟ ପରିସରରେ ଜୟପୁର କଲେଜ ଅଫ ଟେକ୍ନୋଲୋଜି ଏଣ୍ଡ ସାଇନସ୍ ବ୍ଲକ ସମ୍ମୁଖରେ ଥିବା  ରାଜଶ୍ରୀଙ୍କ ପୂର୍ଣ୍ଣାବୟବ ବ୍ରୋଂଜ ମୂର୍ତ୍ତିର ଫଟୋକୁ ପଠାଇବେ ବୋଲି କହିଛନ୍ତି ଶ୍ରୀ ପାତ୍ର।

ସୂଚନା ଅନୁଯାୟୀ, ଗତ ୨୦୨୨ମସିହା ସେପ୍ଟମ୍ବର ୧୭ତାରିଖ ଦିନ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଫୁଟ ଓଭରବ୍ରିଜର ଲୋକାର୍ପଣ କରାଯାଇଥିଲା। ଏହା ସହ ଏହି ପ୍ରତିମୂର୍ତ୍ତିକୁ ଲୋକାର୍ପଣ ହୋଇଥିଲା। ଏହି ପ୍ରତିମୂର୍ତ୍ତିଟି ଆକାରେ ବହୁ ଛୋଟ ରହିଥିବା ବେଳେ ଏହା ରାଜଶ୍ରୀ ବିକ୍ରମଦେବ ବର୍ମାଙ୍କର ନୁହେଁ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା।  ପ୍ରତିମୂର୍ତ୍ତିରେ ବ୍ୟାପକ ଭୁଲ ରହିଥିବା ଦର୍ଶାଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଓ ପ୍ରଶାସନକୁ ଭେଟି ଆପତ୍ତି ଅଭିଯୋଗ କରିଥିଲେ। ଏହା ପରେ ଏହି ପ୍ରତିମୂର୍ତ୍ତିକୁ ଧଳା କନା ଘୋଡେଇ ସେଭଳି ରଖାଯାଇଥିଲା। ଗତ ଡିସେମ୍ବର ୨୫ତାରିଖ ଦିନ ମହାରାଜା ବିକ୍ରମ ଦେବ ବର୍ମାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ରାଜଶ୍ରୀ ବିକ୍ରମ ଦେବ ବର୍ମାଙ୍କ ବ୍ରୋଂଜର ପ୍ରତିମୂର୍ତ୍ତି ବସାଯିବ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘୋଷଣା କରିଥିଲେ। ବିଧାୟକ ପାଣ୍ଠିରୁ ପ୍ରତିମୂର୍ତ୍ତି ତିଆରି କରିବାକୁ ପୌରପାଳିକାକୁ ଦାୟିତ୍ବ ଦେଇଥିଲେ ହେଁ ପୌରପାଳିକା ଏହାକୁ ଏଯାଏଁ ସ୍ଥାପନ କରି ପାରିନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।