ଅପରାଧ ରାଜ୍ୟ

ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଧକ୍କା ଦେଲା ପାର୍ସଲ ବୋଝେଇ ଟ୍ରକ, ଜଣେ ମୃତ ଓ ଜଣେ ଗୁରୁତର

ବାରିପଦା ୧୭/୦୬: ବୈଶିଙ୍ଗା ଥାନା ଅଧୀନ ମହୁରୀ ଉପକଣ୍ଠ ଏମ.ଡି.ଆର. ୭୦ ରାଜ୍ୟ ରାଜପଥର ବରଜୁ ଗ୍ୟାରେଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜନୈକ ୧୫ବର୍ଷୀୟ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ୧୬ବର୍ଷୀୟ ନାବାଳକ ଗୁରୁତର ଆହତ ହୋଇଛନ୍ତି ।

ମୃତକ ଜଣକ ହେଉଛନ୍ତି ଏହି ବୈଶିଙ୍ଗା ଥାନା ଅଧୀନ ଦଲଦଲି ଗ୍ରାମର ମଦନ ସିଂର ପୁଅ ନାଥ ସିଂ । ସୂଚନା ମୁତାବକ ଦଲଦଲି ଗ୍ରାମର ନାଥ ସିଂ ଏବଂ ୧୬ ବର୍ଷୀୟ ଦେବାଶିଷ ସିଂ ଗୋଟିଏ ସାଇକେଲରେ ଯାଉଥିଲେ । ଦେବାଶିଷ ସିଂ ସାଇକେଲ ଚଳାଉଥିବା ବେଳେ ନାଥ ସିଂ ପଛ କ୍ୟାରିୟରରେ ବସିଥିଲେ ।

ସକାଳ ପାଖାପାଖି ୬ଟା ସମୟରେ ଅନଲାଇନ ଅର୍ଡର ମୁତାବକ ଫ୍ଲିପକାର୍ଟର ପାର୍ସଲ ଦେବାକୁ ଆସିଥିବା ଏକ ମିନି କଣ୍ଟେନର ଡବ୍ଲ୍ୟୁ.ବି. ପଛପଟୁ ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ଗୁରୁତର ନାଥ ସିଂ ଏବଂ ଦେବାଶିଷ ସିଂଙ୍କୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ କାର୍ଯ୍ୟରତ ଡାକ୍ତର ନାଥ ସିଂଙ୍କୁ ମୃତ ଘୋଷଣା କରିବା ସହିତ ଗୁରୁତର ଦେବାଶିଷଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ । ଏନେଇ ଡାକ୍ତରଖାନା ପକ୍ଷରୁ ପୋଲିସକୁ ଖବର ଦିଆଯାଇଛି । ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଥିଲେ ସୁଦ୍ଧା ଚାଳକ ଫେରାର ହୋଇଯାଇଥିଲା । ଜବତ ପାର୍ସଲ ବୋଝେଇ ଟ୍ରକଟି ଘୋଷ ଏଣ୍ଟରପ୍ରାଇଜ ବ୍ୟବସାୟିକ ସଂସ୍ଥା ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।