ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନ ନାଁରେ ‘ରାଜନୈତିକ ବିଜ୍ଞାପନ’ ବାବଦକୁ ଖର୍ଚ୍ଚ କରିଥିବା ୧୬୩.୬୨ କୋଟି ଟଙ୍କା ଆଦାୟ ନିମନ୍ତେ ଦିଲ୍ଳୀ ସରକାର ‘ଆମ୍ ଆଦ୍ମୀ ପାର୍ଟି’କୁ ନୋଟିସ୍ ଜାରି କରିଛନ୍ତି।
ଉପରୋକ୍ତ ଅର୍ଥ ୧୦ ଦିନ ମଧ୍ୟରେ ପୈଠ କରିବା ଲାଗି ‘ଡାଇରେକ୍ଟୋରେଟ୍ ଅଫ୍ ଇନ୍ଫର୍ମେସନ୍ ଆଣ୍ଡ୍ ପବ୍ଲିସିଟି’ (ଡିଆଇପି) ଜାରି କରିଥିବା ଉକ୍ତ ନୋଟିସ୍ରେ ଶାସକ ‘ଆମ୍ ଆଦ୍ମୀ ପାର୍ଟି’କୁ ନିର୍ଦେଶ ଦିଆଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ନୋଟିସ୍ରେ ଉଲ୍ଲେଖ ଅଛି, ଉପରୋକ୍ତ କାରଣ ଦୃଷ୍ଟିରୁ ରାଜ୍ୟ କୋଷାଗାରକୁ ତୁରନ୍ତ ୯୯,୩୧,୧୦,୦୫୩ ଟଙ୍କା ୧୦ ଦିନ ମଧ୍ୟରେ ଫେରସ୍ତ ଦେବା ପାଇଁ ଅନୁରୋଧ।
‘ଆପ୍’ ଆବାହକ ଯଦି ଏହି ଆଦେଶ ଅମାନ୍ୟ କରନ୍ତି ତେବେ, ଦଳର ସମ୍ପତ୍ତି ‘ଆଟାଚ୍ମେଣ୍ଟ୍’ ସମେତ ସମସ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଜାରି କରିଥିବା ଆଦେଶନାମାରେ ସମୟ ନିର୍ଦ୍ଧାରଣ କରାଯାଇଛି ବୋଲି ଉକ୍ତ ନୋଟିସ୍ରେ ଉଲ୍ଲେଖ ଅଛି।
ଉଲ୍ଲେଖଯୋଗ୍ୟ, ସରକାରୀ ବିଜ୍ଞାପନ ଆଳରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ବାଧୀନ ‘ଆପ୍’ ରାଜନୈତିକ ବିଜ୍ଞାପନ ପ୍ରକାଶ କରୁଥିବା ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍ସେନା ‘ଆପ୍’ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ପ୍ରାୟ ଏକ ମାସ ପରେ ଉପରୋକ୍ତ ନୋଟିସ୍ ଜାରି କରାଯାଇଛି।
୯୭ କୋଟି ଟଙ୍କା ଆଦାୟ ନିମନ୍ତେ ଡିସେମ୍ବର ୨୦ ତାରିଖରେ ଉପରାଜ୍ୟପାଳ ଜାରି କରିଥିବା ଆଦେଶ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଆପ୍’ କହିଥିଲା ଯେ, ଏଭଳି ଆଦେଶ ଦେବା ପାଇଁ ଉପରାଜ୍ୟପାଳଙ୍କର କ୍ଷମତା ନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l