ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବାଲେଶ୍ବର: ଚଳିତବର୍ଷ ଶେଷ ସୁଦ୍ଧା ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଯିବ। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରେସ୍ ବିବୃତି, ପରେ ପଦ୍ମପୁର ଉପନିର୍ବାଚନ ସଭା ଏବଂ ଗତ ୧୯ ତାରିଖ ଦିନ ପଦ୍ମପୁରରେ ଆୟୋଜିତ ପ୍ରତିଶ୍ରୁତି ସଭାରେ ଏ କଥା ବାରମ୍ବାର ଘୋଷଣା କରିଛନ୍ତି। ଏପରି ସମୟରେ ୧୯୯୩ ମସିହା ଜିଲ୍ଲା ପୁନର୍ଗଠନ ବେଳେ ଭୌଗଳିକ ଦୃଷ୍ଟିରୁ ଭାଗ ହୋଇ ନପାରି ରହିଯାଇଥିବା ବଡ଼ ଜିଲ୍ଲାଗୁଡ଼ିକର ବିଭାଜନ ନେଇ ଦାବି ଉଠୁଛି। ସେଗୁଡ଼ିକ ମଧ୍ୟରେ ରହିଛି ୨୬ ବ୍ଲକ୍ ବିଶିଷ୍ଟ ସର୍ବବୃହତ୍ ମୟୂରଭଞ୍ଜ ଜିଲ୍ଲା। ଯଦି ରାଜ୍ୟରେ ଜିଲ୍ଲା ପୁନର୍ଗଠନ ହୁଏ, ତେବେ ସଂଖ୍ୟା ବଢ଼ି ୩୦ରୁ ୪୫ରେ ପହଞ୍ଚିଯିବାର ସମ୍ଭାବନା ରହିଛି।
ମୟୂରଭଞ୍ଜ ଜିଲ୍ଲାରେ ରହିଛି ବାରିପଦା, କପ୍ତିପଦା, ପାଞ୍ଚପୀଢ଼ ଓ ବାମନଘାଟି ପରି ୪ଟି ସବ୍ଡିଭିଜନ୍। ପଶ୍ଚିମ ମୟୂରଭଞ୍ଜର ବାମନଘାଟି ଓ ପାଞ୍ଚପୀଢ଼ ସବ୍ଡିଭିଜନ୍ ଅଧୀନ ୧୨ଟି ବ୍ଲକ୍ର ଲୋକମାନେ ସର୍ବନିମ୍ନ ୫୦ ଓ ସର୍ବାଧିକ ୧୫୦ କିଲୋମିଟର ଦୂର ଜିଲ୍ଲା ସଦର ମହକୁମା ବାରିପଦାକୁ ଯାଇ ସରକାରୀ, ବେସରକାରୀ କାମ କରିବା କଷ୍ଟସାଧ୍ୟ। ଏପରି ସମୟରେ ଭୌଗୋଳିକ ଦୃଷ୍ଟିରୁ ସଂପୃକ୍ତ ଅଞ୍ଚଳରେ ପ୍ରଶାସନିକ ଓ ସାମାଜିକ ସ୍ଥିରତା ସୃଷ୍ଟି ପାଇଁ ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ଆବଶ୍ୟକ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଉଛନ୍ତି। ଅନ୍ୟପଟେ ଐତିହ୍ୟ, ପରମ୍ପରା ଓ ସାମାଜିକ ସ୍ବୀକୃତି ଦୃଷ୍ଟିରୁ ଜିଲ୍ଲାର ଅଖଣ୍ଡତା ବଜାୟ ରହିବା ଉଚିତ ବୋଲି ଅନେକ ପ୍ରତିକ୍ରିୟା ରଖୁଛନ୍ତି। ଏ ପ୍ରସଙ୍ଗରେ ମୟୂରଭଞ୍ଜର ସାମାଜିକ ସଂଗଠନ ଗୌତମ ମହାପାତ୍ର ସ୍ମୃତି ପରିଷଦ (ଜିଏମ୍ଏସ୍ପି) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଉକ୍ତ ସର୍ଭେ ଅନୁସାରେ; ୪୩.୫୪ ପ୍ରତିଶତ ଲୋକ ଜିଲ୍ଲା ବିଭାଜନ ସପକ୍ଷରେ ମତ ରଖିଥିବା ବେଳେ ୪୮.୩୮ ପ୍ରତିଶତ ଲୋକ ବିପକ୍ଷ ମତ ରଖିଛନ୍ତି। ଅନ୍ୟପଟେ ୮.୦୬ ପ୍ରତିଶତ ଲୋକ ମିଶ୍ରିତ ମତ ରଖିଛନ୍ତି।
ଜିଏମ୍ଏସ୍ପି ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଆନ୍ଦୋଳନ କରୁଥିବା ସାମାଜିକ ସଂଗଠନଗୁଡ଼ିକୁ କିଛିକାଂଶରେ ନିରାଶ କରୁଥିବ। ଅନ୍ୟପଟେ ଦାବି ସପକ୍ଷରେ ଜୋରଦାର ସ୍ବର ଉତ୍ତୋଳନ କରୁଥିବା ବିଜେପି, ଜେଏମ୍ଏମ୍ ଓ କଂଗ୍ରେସ ସହ ବିଜେଡିର ରାଜନୈତିକ ଗଣିତ ଭୁଲ୍ଭାଲ୍ ହୋଇ ଯାଉଥିବ।
ବିଜେଡି ସରକାର ମୟୂରଭଞ୍ଜ ଜିଲ୍ଲା ବିଭାଜନ କରି ନୂତନ ଜିଲ୍ଲା ଗଠନ ସଂପର୍କରେ ଚିନ୍ତା କରୁଥିଲେ ବି ପ୍ରତିକୂଳ ରାଜନୈତିକ ପରିସ୍ଥିତି ପାଇଁ ପଛଘୁଞ୍ଚା ଦେବାର ଯଥେଷ୍ଟ ସମ୍ଭାବନା ରହୁଛି। ଏପରି ସମୟରେ ଆପାତତଃ ୨୦୨୪ ନିର୍ବାଚନ ପୂର୍ବରୁ ରାଇରଙ୍ଗପୁର ଜିଲ୍ଲା ଗଠନର ସମ୍ଭାବନା ନାହିଁ। କାରଣ ପଦ୍ମପୁର ଉପନିର୍ବାଚନରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରି ବିଜେଡି ଭଲ ମାଇଲେଜ୍ ନେଲା। ଫଳସ୍ବରୂପ ସେଠାରେ ଦଳ ଜିତିବା ବେଶ୍ ସହଜ ହୋଇଗଲା। ଆଉ ଏହି ଫର୍ମୁଲାକୁ ୨୦୨୪ ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ବିଜେପି, ଜେଏମ୍ଏମ୍ ଓ କଂଗ୍ରେସ ମୟୂରଭଞ୍ଜରେ ଆଗୁଆ କାର୍ଯ୍ୟକାରୀ କରିସାରିଛନ୍ତି। ଏବେ ରାଜ୍ୟ ସରକାର ଯଦି ରାଇରଙ୍ଗପୁର ଜିଲ୍ଲା ଗଠନ କରନ୍ତି, ତେବେ ବିଜେଡି ଓ ଅନ୍ୟ ଦଳ ଅପେକ୍ଷା ସିଂହଭାଗ ଲାଭ ତଥା ଶ୍ରେୟ ବିଜେପି ପାଇବ ବୋଲି ଆଲୋଚନା ହେଉଛି। ଦଳର ନେତାମାନେ କହିବେ, ତାଙ୍କ ଆନ୍ଦୋଳନ କାମ ଦେଲା। ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ଘର ହୋଇଥିବା ବେଳେ ଏହାକୁ ମଧ୍ୟ ଦଳ ପ୍ରସଙ୍ଗ କରିବ ନିଶ୍ଚୟ।
ତେବେ ସବୁ ପରେ ବି ରାଇରଙ୍ଗପୁର ଜିଲ୍ଲା ଗଠନ ନେଇ ଗଣିତ ଅଛିଣ୍ଡା ରହୁଛି। ଚିତ୍ର ଅସ୍ପଷ୍ଟ। ଏ ପ୍ରସଙ୍ଗରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ ନବଚରଣ ମାଝୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଦାବି ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି। ଏହା ଦଳୀୟ ଲଢ଼େଇ ନୁହେଁ, ସମସ୍ୟା ସହ ଲଢ଼େଇ। ଏଠି ବିଜେପି ଏକୁଟିଆ ଲଢ଼ୁନି, ସବୁ ଦଳ ଏକାଠି ହୋଇ ଲଢ଼େଇ ଚଳାଇଛନ୍ତି। ସେହିପରି ରାଜ୍ୟ ବିଜୁ ସେତୁ ଯୋଜନାର ଉପଦେଷ୍ଟା ରତିକାନ୍ତ ପରୀକ୍ଷାଙ୍କ କହିବା ଅନୁଯାୟୀ; ସରକାର ଯାହା ଉଚିତ ମନେକରିବେ, ତାହା ହେବ। ଆମେ ଚାହୁଁଛୁ ରାଇରଙ୍ଗପୁର ଜିଲ୍ଲା ହେଉ। ଏହା ଜିଲ୍ଲା ଘୋଷଣା ହେଲେ ସବୁ ଦଳ ଶ୍ରେୟ ନେବାକୁ ଚାହିଁବେ। ଏଠି ଦଳୀୟ ଲାଭକ୍ଷତିର କିଛି କଥା ନାହିଁ। ଜନସାଧାରଣଙ୍କୁ ସରକାରୀ ସେବା ଓ ସୁବିଧା ଯୋଗାଇଦେବା ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l