ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ରାଜନୀତି ନା ଆଉ କିଛି? ଜାଣନ୍ତୁ କେଉଁ ବିଷୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ସଲମାନ ଖାନ୍

ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଉଡର ଦବଙ୍ଗ ଖାନ୍ ସଲମାନ। ନିଜ ଫିଲ୍ମକୁ ନେଇ ନୁହେଁ ବରଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ସେ କଥା ହେବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଅଭିନୟ ଛାଡ଼ି ରାଜନୀତିିରେ ଯୋଗ ଦେବେ‌ କିି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ପଛର କାରଣ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୌରବ ଦ୍ବିବେଦୀ।

ସେ କହିଛନ୍ତି ଯେ, ଦିଲ୍ଲୀ ଯାଇ ମୁଁ ବଲିଉଡ ସୁପରଷ୍ଟାର ସଲମାନଙ୍କୁ ଭେଟିଥିଲି। ଏସମୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ସେ ଫୋନ ଯୋଗେ କଥା ହୋଇଥିଲେ। ଛତିଶଗଡ଼ ଆସି ଫିଲ୍ମର ସୁୁଟିଂ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁୁ ନିମନ୍ତ୍ରଣ କରିଥିଲେ। ଏହା ସହ ଛତିଶଗଡର ନୂଆ ଚଳଚ୍ଚିତ୍ର ନୀତି ବିଷୟରେ ଅଭିନେତା ସଲମାନ ଖାନଙ୍କ ସହ ମୋର ଗଭୀର ଆଲୋଚନା ହୋଇଥିଲା। ରାଜ୍ୟରେ ସମୃଦ୍ଧ ପ୍ରାକୃତିକ ସ୍ଥାନ ଥିବାରୁ ଏଠାରେ ସୁଟିଂ ପାଇଁ ଅନେକ ସୁବିଧା ଥିବା କଥା ମୁଁ ତାଙ୍କୁ କହିଥିଲି। ଏହା ପରେ ଛତିଶଗଡ଼ ଆସିବାକୁ ଅଭିନେତା ନିଜର ଆଗ୍ରହ ଦେଖାଇଛନ୍ତି ଏବଂ ଭବିଷ୍ୟତରେ ଏହି ଅଞ୍ଚଳରେ ସୁଟିଂ କରିବାକୁ ଯୋଜନା କରୁଛନ୍ତି।

ତେବେ ଗୌରବ ଦ୍ବିବେଦୀଙ୍କ ସ୍ପଷ୍ଟୀକରଣ ପରେ ସଲମାନ ରାଜନୀତିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚାର ଅବସାନ ଘଟିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ