ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ରାଜଧାନୀ ଯୁବକଙ୍କ ପାଠପଢା ନିଶା । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଇ ଗଢୁଛନ୍ତି ଭବିଷ୍ୟତ ।

ଶିକ୍ଷା , ଯାହା ଜୀବନ ବଦଳାଇଦିଏ, ପରିପୂର୍ଣ୍ଣ ଜୀବନ ପାଇଁ ବାଟ ଖୋଜିଦିଏ । ଏହାକୁ ବିତରଣ କରୁଥିବା ବ୍ୟକ୍ତି ହେଉଛନ୍ତି ବାସ୍ତବରେ ଅନନ୍ୟ । ବିଭିନ୍ନ କାରଣରୁ ଶିକ୍ଷା ପାଇବାକୁ କିନ୍ତୁ ଅନେକ ଶିଶୁ ବଞ୍ଚିତ ହୋଇ ରହିଯାନ୍ତି ହେଲେ ସେମାନଙ୍କୁ ଶିକ୍ଷା ରୂପକ ଜ୍ଞାନର ଆଲୋକ ଦେଖାଇବାକୁ ଆଗେଇ ଆସନ୍ତି କିଛି ସହୃଦୟ । ଏହି ଶ୍ରେଣୀରେ ସାମିଲ ହୋଇଛନ୍ତି ଭୁବନେଶ୍ୱରର ଯୁବକ ପ୍ରତ୍ୟୟ ପ୍ରଶାନ୍ତ ।

ବ୍ୟସ୍ତ ରାଜଧାନୀର ବସ୍ତିରେ ରହୁଥିବା ପିଲାଙ୍କ ଶିକ୍ଷା ଅବହେଳିତ । ହେଲେ ଏହି ଅବହେଳିତ କୁନି କୁନି ପିଲାଙ୍କୁ ଶିକ୍ଷା ଦେଇ ସେମାନଙ୍କର ଉଜ୍ୱଳ ଭବିଷ୍ୟତକୁ ସୁନିଶ୍ଚିତ କରିବାକୁ ଆଗେଇ ଆସିଛନ୍ତି ପ୍ରତ୍ୟୟ ପ୍ରଶାନ୍ତ । ସେ ସୋଆ ୟୁନିଭର୍ସିଟିର ଏମବିଏ ଛାତ୍ର । ଶିକ୍ଷାର ମର୍ଯ୍ୟାଦାକୁ ବେଶ ଭଲ ଭାବେ ବୁଝିପାରିଛନ୍ତି । ହେଲେ ଯେତେବେଳେ ଶିକ୍ଷା ଅଭାବରୁ ବସ୍ତି ପିଲାଙ୍କୁ ଦେଖନ୍ତି ତାଙ୍କ ମନ ବିଚଳିତ ହୋଇଉଠେ । ବିଶେଷ କରି କରୋନା ସମୟରେ ଏଠିକାର ପିଲାମାନେ ପାଠନ ନପଢି ବାଟହୁଡି ଥିବା ଦେଖି ନିଜକୁ ସମ୍ଭାଳିପାରିନଥିଲେ ପ୍ରତ୍ୟୟ । ଆଉ ସ୍ୱଚେଷ୍ଟାରେ ଆରମ୍ଭ କଲେ ମୁକ୍ତାକାଶ ଚାଟଶାଳୀ ।ନୟାପଲ୍ଲୀର ଗଣେଶ ବସ୍ତିରେ ଆରମ୍ଭ ହୋଇଛି ଏହି ଚାଟଶାଳୀ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି