ରାଜ୍ୟ

ରାଜଧାନୀ ବଜାରରେ ଅଦା କିଲେ ୩୦୦, ବଜାରରେ ନାହିଁ ଓଡ଼ିଶା ଅଦା

ଭୁବନେଶ୍ବର : ରାଜଧାନୀ ବଜାରରେ କିଲୋ ୩୦୦ ଟଙ୍କାରେ ବିକ୍ରି ହେଉଛି ଅଦା। ଅବସ୍ଥା ଏଭଳି ହେଲାଣି ଯେ ଗରିବ ଓ ମଧ୍ୟବିତ୍ତ ପରିବାର ଏହା ଉପରୁ ମୁହଁ ଫେରାଇ ନେଇଛନ୍ତି। ବର୍ଷ ତମାମ କୋରାପୁଟ ଚାଷୀ ୮ରୁ ୧୦ ଟଙ୍କାରେ ବ୍ୟବସାୟୀଙ୍କୁ ଅଦା ବିକ୍ରି କରନ୍ତି। ଗତ ମାସରେ ବ୍ୟବସାୟୀମାନେ ୧୬୦ରୁ ୨୦୦ ଟଙ୍କାରେ ଓଡ଼ିଶା ଅଦା କ୍ରୟ କରି ନେଇଥିଲେ। ଏଥିଯୋଗୁଁ ଚାଷୀଙ୍କ ଖୁସି କାହିଁରେ କେତେ ବଢ଼ି ଯାଇଥିଲା। କିନ୍ତୁ ସେହି ଅଦା ଉତ୍ତରପ୍ରଦେଶକୁ ବିହନ ଭାବରେ ବ୍ୟବହାର ପାଇଁ ବିକ୍ରି କରି ଦିଆଗଲା। ଫଳରେ ବର୍ତ୍ତମାନ ଓଡ଼ିଶା ବଜାରରେ ସ୍ଥାନୀୟ ଅଦା ନଥିବାରୁ ଦର ଲଗାମ ଛଡ଼ା ହୋଇ ଯାଇଛି।

ଆଇଗିଣିଆ ପାଇକାରୀ ବ୍ୟବସାୟୀ ସଂଘ ସଭାପତି ଶକ୍ତି ମିଶ୍ରଙ୍କ କହିବା ଅନୁସାରେ, ଓଡ଼ିଶାକୁ ବର୍ଷକୁ ୧ ଲକ୍ଷ ମେଟ୍ରିକ ଟନ୍‌ ଅଦାର ଆବଶ୍ୟକତା ରହିଛି। ଗୁଣାତ୍ମକ ମାନ ଦୃଷ୍ଟିରୁ କୋରାପୁଟ ଅଦାର ବିଶେଷ ଚାହିଦା ରହିଛି। ଏହା ସତ୍ତ୍ବେ ବର୍ତ୍ତମାନ ବଜାରକୁ ଓଡ଼ିଶା କିମ୍ବା କୋରାପୁଟ ଅଦା ଆସିପାରୁ ନାହିଁ। ବରଂ ସିଲିଗୁଡ଼ିର ଅଦା ଆସୁଛି। ଯୋଗାଣ ଅନୁସାରେ ଚାହିଦା ଅଧିକ ଥିବାରୁ ଦର ଉପରେ ମଧ୍ୟ ଲଗାମ ଲଗାଯାଇ ପାରୁ ନାହିଁ।

Gardeners World

କୃଷି ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ୧୧ ହଜାର ହେକ୍ଟର ଜମିରେ ଅଦା ଚାଷ ହୋଇ ସମୁଦାୟ ମାତ୍ର ୩୯ ହଜାର ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଥାଏ। ତେଣୁ ଯେଉଁ ସମୟରେ ସ୍ଥାନୀୟ ଉତ୍ପାଦନ ବଜାରକୁ ଆସି ପାରୁନାହିଁ ଦର ଏଭଳି ଅଚାନକ ବଢ଼ାଇ ଦିଆଯାଉଥିବା କିଛି ବିଶେଷଜ୍ଞ ମତ ଦେଉଛନ୍ତି। ଚାଷୀଙ୍କ କହିବା ଅନୁସାରେ, ଅଦା ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ହେକ୍ଟର ପିଛା ୨ ଲକ୍ଷ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଏ। ଉପର ଠାଉରିଆ ଭାବେ ଦେଖିଲେ, ଏହା ରାଜ୍ୟ ସରକାରଙ୍କ ଚାଷୀ ସପକ୍ଷବାଦୀ ନୀତି। କିନ୍ତୁ ବାସ୍ତବତା ହେଲା, ୨ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରୁ ପ୍ରାୟ ୨ ଲକ୍ଷ ୧୫ ହଜାର ଟଙ୍କା କେବଳ ବିହନରେ ଖର୍ଚ୍ଚ ହୁଏ। ଯାହା ସରକାର ଚାଷୀଙ୍କୁ ଦେଇଥାଆନ୍ତି। ଅଦା ବିହନ ଉତ୍ପାଦନରେ କୋରାପୁଟ ଏବଂ ରାୟଗଡ଼ାରେ ସମସ୍ତ ଭିତ୍ତିଭୂମି ଥିବା ସତ୍ତ୍ବେ ଅଦା ବିହନ ଏଠାରେ ଉତ୍ପାଦିତ ହୁଏ ନାହିଁ। ତାହା ଉତ୍ତରପ୍ରଦେଶରୁ ଆସିଥାଏ।

ଚଳିତ ବର୍ଷ ପୁଣି ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକତା ଅନୁସାରେ ଅଦା ବିହନ ଯୋଗାଣ କରାଯାଇ ପାରିନଥିବାରୁ ଚାଷ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ଉତ୍ପାଦନ ବାଧାପ୍ରାପ୍ତର ଆଶଙ୍କା ରହିଛି। ଦ୍ବିତୀୟତଃ ଅଦା ଋତୁକାଳୀନ ଫସଲ। ଶୀତରେ ଏହା ଉତ୍ପାଦିତ ହେଉଥିଲେ ମଧ୍ୟ ଖରା ଦିନ ପର୍ଯ୍ୟନ୍ତ ଚାଷୀମାନେ ମାଟିରେ ଗଚ୍ଛିତ କରି ରଖିପାରନ୍ତି। ବର୍ଷା ଦିନରେ ଏହାର ସଂରକ୍ଷଣ ଏବଂ ମାର୍କେଟିଂ ପାଇଁ ଚାଷୀ ସରକାରଙ୍କ ଉପରେ ନିର୍ଭରଶୀଳ। ଦେଶ ତମାମ ଓଡ଼ିଶା ଅଦାର ଚାହିଦା ବଢ଼ିବାରେ ଲାଗିଛି। ମାତ୍ର ରାଜ୍ୟ ସରକାର ଏହାର ଫାଇଦା ନେଇ ଅଧିକ ଉତ୍ପାଦନ ପାଇଁ ଠୋସ ନୀତି ଗ୍ରହଣ କରିବା ବଦଳରେ ଏଭଳି ଅବସ୍ଥା ସୃଷ୍ଟି କରାଯାଉଛି ଯେଉଁଠି ଉଭୟ ଚାଷୀ ଏବଂ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।