ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରାଜଧାନୀ ଦିଲ୍ଲୀରେ ବର୍ଷା ଯୋଗୁଁ ବଢ଼ିଲା ଶୀତ: ଆଲର୍ଟ ଜାରି

ନୂଆଦିଲ୍ଲୀ ୦୨/୦୧ : ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଶନିବାର ସକାଳୁ ହାଲୁକା ବର୍ଷା ହୋଇଛି। ବର୍ଷା ଯୋଗୁଁ ଶୀତର ପ୍ରକୋପ ଆହୁରି ବଢିଯାଇଛି। ବର୍ଷା ଯୋଗୁଁ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ, ହରିୟାଣା ଝଜ୍ଜର, ରୋହତକ, ଜିନ୍ଦ, ପାଣିପତ, କୌଥଲ ଓ ଉତ୍ତର ପ୍ରଦେଶର ଶାମଲି, ଦେବବନ୍ଦର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବର୍ଷା ଯୋଗୁଁ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ପଶ୍ଚିମା ପବନର ପ୍ରଭାବ ଦିଲ୍ଲୀ ସମେତ ଉତ୍ତର-ପଶ୍ଚିମ ଭାରତରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ସକାଳୁ ଗାଜିପୁର ସୀମା ଓ ଜନପଥ ସମେତ ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ପାଲମରେ ୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ରାଜଧାନୀ ଦିଲ୍ଲୀରେ ନୂଆବର୍ଷର ପ୍ରଥମ ସକାଳୁ ଘନ କୁହୁଡି ଦେଖିବାକୁ ମିଳିଥିଲା। କୁହୁଡି ଯୋଗୁଁ କିଛି ଦୃଶ୍ୟମାନ ହେଉନଥିଲା। ଗାଡି ଚାଳକଙ୍କୁ ହେଡଲାଇଟ ଲଗାଇ ଗାଡି ଚଲାଇବାକୁ ପଡିଥିଲା। ଏହିଭଳି ସ୍ଥିତିରେ ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। କୃଷକ ଆନ୍ଦୋଳନ କରୁଥିବା ସିଂଘୁ ସୀମାରେ ବି ଘନ କୁହୁଡି ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବର୍ତ୍ତମାନ ପ୍ରବଳ ଶୀତ ଜାରି ରହିଛି। ଏହିଭଳି ସ୍ଥିତିରେ ଅସହାୟ ଲୋକଙ୍କ ପାଇଁ ନାଇଟ ସେଲଟର ହୋମ ଏକମାତ୍ର ସାହାରା ସାଜିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ