ଅପରାଧ ରାଜ୍ୟ

ରାଜଧାନୀରେ ହାତୀଦାନ୍ତ ରୢାକେଟ୍: ଧରାପଡ଼ିଲେ ଦୁଇ ବେପାରୀ, ୩ କେଜି ହାତୀଦାନ୍ତ ଜବତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚନ୍ଦ୍ରଶେଖରପୁର: କମିସନରେଟ୍‌ ପୁଲିସ୍‌ ଆଜି ରାଜଧାନୀରେ ହାତୀଦାନ୍ତ କାରବାର କରୁଥିବା ଏକ ରୢାକେଟ୍‌କୁ ଠାବ କରିଛି। ମୈତ୍ରୀବିହାର ପୁଲିସ୍‌ ଏହି ଗ୍ୟାଙ୍ଗ୍‌ର ଦୁଇ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୩ କେଜି ଓଜନର ଏକ ହାତୀଦାନ୍ତ ଜବତ କରିଛି। ଚୋରା ବଜାରରେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ୍ କହିଛି।

ଅଭିଯୁକ୍ତଦ୍ବୟ ହେଲେ, କନ୍ଧମାଳ ଜିଲ୍ଲାର ଗିରୀଶ କୁମାର ନାୟକ ଓ ଦୀପକ ସାହୁ। ଦୁହିଁଙ୍କଠାରୁ ପୁଲିସ୍‌ ଏକ ମୋପେଡ ଓ ୩ଟି ମୋବାଇଲ ଜବତ କରିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ର ଧାରା ୫୧ରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୁକ୍ତଦ୍ବୟଙ୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ମୈତ୍ରୀବିହାର ଆଇଆଇସି କହିଛନ୍ତି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ରୢାକେଟ୍‌ରେ ଆହୁରି ଅନେକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ବନବିଭାଗ ଦୁହିଁଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି। ଏହି ରୢାକେଟରେ କେବଳ କନ୍ଧମାଳ ନୁହେଁ, ଅନ୍ୟ ଅଞ୍ଚଳର ବେପାରୀ ମଧ୍ୟ ସାମିଲ ଅଛନ୍ତି। ପଚରାଉଚରା ବେ‌େଳ ସେମାନଙ୍କ ଠାରୁ ଅନେକ ତଥ୍ୟ ମିଳିଛି। ଏହାକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢ଼ଉ ରରାଯିବ।
ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ମୈତ୍ରୀବିହାର ଥାନା ପୁଲିସ ଆଜି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ହାତୀଦାନ୍ତ କାରବାର ସମ୍ପର୍କରେ ସୂଚନା ପାଇଥିଲା। ତେଣୁ ସୈନିକ ସ୍କୁଲ ନିକଟରେ ପୁଲିସ ବ୍ଲକିଂ କରି ଛକି ରହିଥିଲା। ଅଭିଯୁକ୍ତ ଦ୍ବୟ ସେହି ବାଟ ଦେଇ ଏ‌କ ମୋପେଡ୍‌ରେ ହାତୀଦାନ୍ତ ନେଇ ଯାଉଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।