ଅପରାଧ ରାଜ୍ୟ

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର : ନିଶା କାରବାରକୁ କେନ୍ଦ୍ରକରି ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଆଉ ଜଣଙ୍କ ମୁଣ୍ଡ ଗଡ଼ିଛି। ମୃତକ ହେଲେ, ୟୁନିଟ୍‌-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ (୩୭)। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛନ୍ତି। ୟୁନିଟ୍‌-୮ସ୍ଥିତ ନାରାୟଣୀ ବସ୍ତିରେ ଏହି ଅପରାଧିକ ଘଟଣା ଘଟିଛି। ଦୁର୍ବୃତ୍ତମାନେ ତାଙ୍କୁ ବସ୍ତି ଭିତରେ ପିଟିପିଟି ହତ୍ୟା କରିଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ୍‌ ଘଟଣାସ୍ଥଳରୁ ଚନ୍ଦୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ‌ରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ୍‌ ବେଶି କିଛି କହିବାକୁ ପ୍ରସ୍ତୁତ ନଥିଲେ ହେଁ ୩ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଏହାକୁ କେନ୍ଦ୍ର କରି ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା ଜଣାଯାଇଛି।

ମିଳିଥିବା ସୂଚନାନୁଯାୟୀ, ନିଶା କାରବାର କରିଆସୁଥିବା ଚନ୍ଦୁ କିଛି ଦିନ ତଳେ ଏଥିରୁ ଦୂରେଇ ଯାଇଥିଲା। କିନ୍ତୁ ପୁରୁଣା ହିସାବକୁ କେନ୍ଦ୍ରକରି ତା’ର କିଛି ଯୁବକଙ୍କ ସହ ବିବାଦ ହୋଇଥିଲା। ତାହାକୁ କେନ୍ଦ୍ରକରି କିଛି ଦିନ ତଳେ ଚନ୍ଦୁ ସହ ସେମାନେ ଗଣ୍ଡଗୋଳ କରିଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ବସ୍ତିକୁ ଉକ୍ତ ଯୁବକମାନେ ଆସି ଚନ୍ଦୁ ସହ ଗଣ୍ଡଗୋଳ କରିଥିଲେ। ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ ବଚସା ହେବା ପରେ ଯୁବକମାନେ ତାଙ୍କୁ ମାଡ଼ ମାରିଥିଲେ। ଚନ୍ଦୁ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଦୌଡ଼ିଥିଲେ ହେଁ ସେମାନେ ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ବିଧା, ଗୋଇଠା ସହ ତାଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ। କିଛି ସମୟ ପରେ ଚନ୍ଦୁଙ୍କ ଶରୀର ନିଶ୍ଚଳ ହୋଇଯିବାରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚନ୍ଦୁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।