ଅପରାଧ ରାଜ୍ୟ

ରାଜଧାନୀରେ ମର୍ଡର, ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇ ମୃତ

ଭୁବନେଶ୍ବର ୨୦।୦୯ : ବଡଭାଇର ଠେଙ୍ଗାମାଡରେ ସାନଭାଇ ମୃତ । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଯାଇଛି । ମୃତକ ରାଜମୋହନ ସେନାପତି ହୋଇଥିବା ବେଳେ ହତ୍ୟାକାରୀ ବଡଭାଇ ହେଲେ ବିଶ୍ବମୋହନ ସେନାପତି ବୋଲି ଜଣାପଡିଛି।

ଖବର ଅନୁଯାୟୀ, ବଡଭାଇ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ବେଳେ ଖଣ୍ଡଗିରିରେ ରହୁଥିଲେ ସାନଭାଇ । ରାଜମୋହନ ବାରମ୍ବାର ଘରୁ ଟଙ୍କା ଆଣି ଅଯଥାରେ ଖର୍ଚ୍ଚ କରୁଥିଲେ । ଏହାକୁ ନେଇ ମଙ୍ଗଳବାର ଦିନ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ଠେଙ୍ଗାରେ ରାଜମୋହନଙ୍କୁ ଆକ୍ରମଣ କରିଥିଲେ ବଡ଼ଭାଇ ବିଶ୍ବମୋହନ । ଯାହାଫଳରେ ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ହୋଇଯାଇଥିଲା । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବଡଭାଇକୁ ଅଟକ ରଖି ତଦନ୍ତ ଜାରି ରଖିଛି । ଉଭୟ ଭାଇ ବ୍ୟାଙ୍କିଙ୍କ ପାଇଁ ପ୍ରସ୍ତୁତ ହେଉଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।