ଅପରାଧ ରାଜ୍ୟ

ରାଜଧାନୀରେ ବଧୂ ହତ୍ୟା ! ମୁଖ୍ୟ ଆସାମୀ ହିଁ ଦିଅର- ମୃତ ସୁମିତ୍ରାଙ୍କ ପରିବାର

ଭୁବନେଶ୍ୱର ୨୧।୦୯ : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । କ୍ୟାପିଟାଲ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ନୟାଗଡ ଅଞ୍ଚଳର ସୁମିତ୍ରା କାଟିଆ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଓ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ୨୦୨୦ ଡିସେମ୍ବରରେ ନୟାଗଡ଼ ଖଲିସାହିରେ ବାହା ହୋଇଥିଲେ ସୁମିତ୍ରା । ପରେ ସୁମିତ୍ରା ଓ ତାଙ୍କ ସ୍ବାମୀ ଭୁନେଶ୍ବରରେ ରହୁଥିଲେ। ସୁମିତ୍ରାଙ୍କ ସ୍ବାମୀ ଏକ ଘରୋଇ କମ୍ପାନୀ ଚାକିରି କରନ୍ତି। ବାହାଘର ପରେ ସୁମିତ୍ରାଙ୍କ ଦିଅର ତାଙ୍କୁ ସବୁବେଳେ ଦୁର୍ବ୍ୟବହାର କରୁଥିଲେ । ଏନେଇ ନିଜ ଘର ଲୋକଙ୍କୁ ଜଣାଇଥିଲେ ସୁମିତ୍ରା । ଦିଅର ସହ ଝଗଡା ହୋଇଥିବା ବେଳେ ଦିଅର ହିଁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ସୁମିତ୍ରାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ପରଠୁ ସୁମିତ୍ରାଙ୍କ ଦିଅର ଫେରାର୍ ହୋଇଯାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।