ଖେଳ ରାଜ୍ୟ

ରାଜଧାନୀରେ ପୁଣି ହକି ଫିଭର, ଉଦଘାଟନୀ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର ୨୪।୧୧: ଆଜିଠୁ ପୁଣି କମ୍ପିବ କଳିଙ୍ଗ । ବୁଧବାରଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ବିଶ୍ବକପ ହକି। ଏଥିରେ ପାକିସ୍ତାନ ସମେତ ୧୬ଟି ଟିମ୍ ଅଂଶ ଗ୍ରହଣ କରିବେ। କୋଭିଡ କଟକଣାକୁ ଦେଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯିବ। ତେବେ ଖେଳାଳିମାନଙ୍କର ରହିବା ଏବଂ ସେମାନେ କେମିତି ସୁରୁଖୁରରେ ମ୍ୟାଚ ଖେଳିବେ ଅଭ୍ୟାସ କରିବେ ଏଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି।

ଖବର ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ହକି ବିଶ୍ବକପ୍ । ବିନାଦର୍ଶକରେ ୧୬ ଟିମ ମଧ୍ୟରେ ହେବ ଟକ୍କର। ଟର୍ଫ ଉପରେ ଟକ୍କର ଚାଲିଥିବ କିନ୍ତୁ ଷ୍ଟାଡିୟମରେ ରହିବେନି ଦର୍ଶକ। ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା। ଏହାପରେ କାନାଡା ପୋଲାଣ୍ଡକୁ, ମାଲେସିଆ କୁ ଚାଇନାକୁ ଓ ଡିଫେଣ୍ଡିଂ ଚାମ୍ପିୟାନ ଭାରତ ଭେଟିବ ପ୍ରାନସକୁ । କରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଖେଳାଳି ଓ ଆୟୋଜକ ଟିମ୍ ମେମ୍ବରଙ୍କର କୋଭିଡ ପରୀକ୍ଷା କରାଯିବ।

ସେପଟେ ବିଶ୍ବକପ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୧୬ ଟିମ୍ ପାଇଁ ୧୦ଟି ହୋଟେଲରେ ରହଣୀ ବ୍ୟବସ୍ଥା ହୋଇଛି । ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ୍ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ।

ସେହିପରି ପୁଲବିରେ ଭାରତ କାନାଡା ଫ୍ରାନସ ପୋଲାଣ୍ଡ ସହ ସ୍ଥାନ ପାଇଛି। ୨୪ ତାରିଖରେ ଫ୍ରାନସକୁ ଓ ୨୫ରେ କାନାଡାକୁ ୨୭ ତାରିଖ ରେ ପୋଲାଣ୍ଡ କୁ ଭେଟିବ ଭାରତ । ୨୯ ତାରିଖ ରେଷ୍ଟ ଥିବାବେଳେ ଡିସେମ୍ବର ୧ ରୁ କ୍ବାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଦର୍ଶକ ବିହୀନ ମ୍ୟାଚ ପାଇଁ ଚିୟରଅପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପୂର୍ବତନ ଖେଳାଳି ତଥା ପୂର୍ବତନ ପୂର୍ବତନ ସାଂସଦ ଯୋଗ ଦେଇଥିଲେ। ତେବେ ଦର୍ଶକମାନେ ଏଥର ବିଶ୍ବକପ ଖେଳାଳିଙ୍କୁ ଷ୍ଟାଡିୟମରେ ଦେଖିପାରେିବେ ନାହିଁ କିନ୍ତୁ ମ୍ୟାଚ ଷ୍ଟାର ସ୍ପୋର୍ଟସରେ ଲାଇଭ ଉପଲବ୍ଧ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ