ଅପରାଧ ରାଜ୍ୟ

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା, ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପଢୁଥିଲେ ମନୀଷ

ଭୁବନେଶ୍ୱର ୨୫।୦୯: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ଭୁବନେଶ୍ୱରରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାମ ମନୀଷ ସରକାର ବୋଲି ଜଣାପଡିଛି । ଏବେଯାଏଁ କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ର ଥିଲେ ମନୀଷ । ହେଲେ ରବିବାର ଦିନ ସେ ଆତ୍ମହତ୍ୟା କରିଥିବା ଖବର ଆସୁଛି । ତେବେ ସେ କଣ ପାଇଁ ଆତ୍ମହତ୍ୟା କଲେ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ତଦନ୍ତ ଏବଂ ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ଭୁବନେଶ୍ୱରରେ ଏକାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ନିକଟରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଭୁବନେଶ୍ୱର ଇନ୍‌ଫୋ ଭ୍ୟାଲି ଥାନା ଅଞ୍ଚଳରେ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ଏବେ ଯାଏଁ ଏହି ସବୁ ଘଟଣାରୁ ପରଦା ହଟିନଥିବା ବେଳେ ଆଉ ଏକ ଆତ୍ମହତ୍ୟା କେସ୍‌ ସାମ୍ନାକୁ ଆସିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।