ଅପରାଧ ଦେଶ ବିଦେଶ ରାଜ୍ୟ

ରାଜଧାନୀରେ ପୁଣି ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର; କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

ଭୁବନେଶ୍ବର: ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ରାଜ୍ୟବାସୀ ଭୁଲିପାରି ନ ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜି ପୁଣି ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସହିଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାରସ୍ଥିତ ଏକ ଭଡ଼ା ଘରୁ ଛାତ୍ରୀଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀଙ୍କ ନାଁ ଆଶ୍ରିତା ସେନାପତି। ସେ ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲେ।

ପୁଲିସ ପକ୍ଷରୁ କୁହାଯାଇଛି ଯେ, ମୃତ ଛାତ୍ରୀ ଜଣକ ଏକ ସ୍ଥାନୀୟ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ। ସେ ଭଡ଼ା ଘରେ ରହି ଏମ୍‌ସିଏ ପଢ଼ୁଥିଲେ। ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କମିସନରେଟ୍‌ ପୁଲିସ ମୃତଦେହ ଜବତ କରି ପାରିପାର୍ଶ୍ବିକ ଅବସ୍ଥାକୁ କେନ୍ଦ୍ର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ରାଜଧାନୀ ତଥା ଓଡ଼ିଶାବାସୀ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ହଷ୍ଟେଲ୍‌ ରୁମ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଘଟଣାକୁ ଭୁଲି ନଥିବା ବେଳେ ୪ ଦିନ ଭିତରେ ପୁଣି ଏକ ଅଭାବନୀୟ ଘଟଣା ନେଇ ‌ଉଦ୍‌ବେଗ ପ୍ରକାଶ କରିଛନ୍ତି। ରୁଚିକା ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଥିଲେ, ସିନିଅର ଛାତ୍ରୀଙ୍କ ନିର୍ଯାତନା ଟପିଯାଇଛି। ଜୀବନ ରଖିବାକୁ ଆଉ ଚାହୁଁନାହିଁ। ତ‌େବେ ରୁଚିକା ଆତ୍ମହତ୍ୟା କରିବାର ୫ ଦିନ ଭିତରେ ଅଭିଯୁକ୍ତ ୩ ଜଣ ସିନିୟର ଛାତ୍ରୀ ଧରାପଡ଼ି ନାହାନ୍ତି। ପୁଲିସ ରୁଚିକାଙ୍କ ସାଙ୍ଗ ଓ କଲେଜ କର୍ମଚାରୀଙ୍କୁ ଜେରା କରିଛି। ଅନ୍ୟପକ୍ଷରେ ରୁଚିକାଙ୍କୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ସହିତ ରୁଚିକାଙ୍କ ବାପା, ମା’ ଓ ଭାଇ ଆନ୍ଦୋଳନ ଜାରି ରଖିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ