ଅପରାଧ ରାଜ୍ୟ

ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ତିନି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୦।୦୯: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ। ୟୁନିଟ-୮ ନାରାୟଣ ବସ୍ତିରେ ଘଟିଛି ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷରୁ ଘଟିଛି ହତ୍ୟାକାଣ୍ଡ। ତିନି ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଲେଡି ଡନ୍ ଓ ତାଙ୍କ ସ୍ୱାମୀଙ୍କ ସମେତ ଅନ୍ୟ ସହଯୋଗୀ । ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ୟୁନିଟ-୮ ନାରାୟଣ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି । ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗଡାଇ ହାଣିଛନ୍ତି ଦୁର୍ବୃତ୍ତ। ମୃତ ଯୁବକଙ୍କ ନାଁ ପି.ସୁବ୍ରତ ରାଓ। ନାରାୟଣ ବସ୍ତିରେ ଏକ ଦମ୍ପତି ସୁବ୍ରତଙ୍କ ନାଁ ନେଇ ବ୍ରାଉନସୁଗାର ବିକୁଥିବା କାରଣରୁ ସେହି ଦମ୍ପତିଙ୍କୁ ପଚରାଉଚୁରା କରିଥିଲେ ସୁବ୍ରତ। ଏଥିରେ ଖୁବ୍ଧ ହୋଇ ସୁବ୍ରତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ସେହି ଦମ୍ପତି ଗୋଡେଇ ଗୋଡେଇ ହାଣିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ପି.ସୁବ୍ରତ ରାଓ ଓରଫ ଚନ୍ଦୁଙ୍କ ମୁଣ୍ଡକୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ବେଳେ ସୁବ୍ରତଙ୍କ ଜୀବନ ଚାଲି ଯାଇଛି । ସୁବ୍ରତଙ୍କ ସହଯୋଗୀ ମିଠଲ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।