ଅପରାଧ ରାଜ୍ୟ

ରାଜଧାନୀରେ ପଲ୍‌ସର୍ ଲୁଟେରା, ବାଇକ୍‌ରେ ଆସି ଝାମ୍ପି ନେଲେ ସୁନା ଚେନ୍‌

ଭୁବନେଶ୍ୱର ୧୧।୦୫ : କମିଶନରେଟ୍‌ ପୋଲିସକୁ ପୁଣି ଚ୍ୟାଲେଞ୍ଜ । ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କରାଜ । ପଲ୍‌ସରରେ ଆସି ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ଲୁଟେରା ।

ଖବର ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ପ୍ରିୟା ହୋଟେଲ ସମ୍ମୁଖରେ ଲୁଟ୍‌ ହୋଇଛି । କୌଣସି କାମରେ ଭୁବନେଶ୍ୱର ଆସିଥିବା ଦମ୍ପତ୍ତିଙ୍କ ଠାରୁ ଲୁଟ୍‌ ହୋଇଛି । ହୋଟେଲ୍‌ ସମ୍ମୁଖରେ ବନ୍ଧୁକ ମୁନରେ ସୁନା ଚେନ୍‌ ଲୁଟି ନେଲେ ୩ ଜଣ ଲୁଟେରା । ପରେ ଘଟଣାସ୍ଥଳରୁ ବାଇକ୍‌ରେ ଫେରାର ହୋଇଗଲେ ଲୁଟେରା । ସେପଟେ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏପିରିକି ନିକଟରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।