ଅପରାଧ ରାଜ୍ୟ

ରାଜଧାନୀରେ ନିଖୋଜ ହେଲେ କନ୍ଧମାଳର ହରିଶଚନ୍ଦ୍ର, ଥାନାରେ ଏତଲା

ଫୁଲବାଣୀ ୨୮/୦୭: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପାଜୀମାହା ଗ୍ରାମର ହରିଶ ଚନ୍ଦ୍ର ପୋଢ଼ ଗତ କିଛି ଦିନ ତଳେ ନିଜ ପୁଅ ସହ ମିଶି ଭୁବନେଶ୍ୱର ଯାଇଥିଲେ । ଆଉ ଭୁବନେଶ୍ୱରର ସାଲିଆସାହିରେ ରହୁଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ହରିଶ୍ଚନ୍ଦ୍ର ପୋଢ଼ ଶୁକ୍ରବାର ରାତିରେ ବାହାରକୁ ଆସିଲା ପରେ ଆଉ ଘରକୁ ଫେରି ନଥିଲେ ।

ଅନେକ ସମୟ ପରେ ବି ବାପା ହରିଶ୍ଚନ୍ଦ୍ର ଘରକୁ ନ ଫେରିବାରୂ ପୁଅ ବିଚଳିତ ହୋଇପଡିଥିଲେ । ସେହି ରାତିରୁ ପୁଅ ବାପା ହରିଶଚନ୍ଦ୍ର ପୋଢ଼ଙ୍କୁ ଖୋଜା ଖୋଜି କଲେ କିନ୍ତୁ ପାଇପାରିଲେ ନାହିଁ । ତେଣୁ ଭୁବନେଶ୍ୱର ନୟାପଲି ଥାନାରେ ଗତ ୨୩ ତାରିଖରେ ଦିନ ଏତଲା ଦେଇଥିବା ଜଣାପଡ଼ିଛି । ହେଲେ ଆଜିକୁ ପାଞ୍ଚ ଦିନ ବିତିଯାଇଥିଲେ ସୁଧା ନୟାପଲି ପୋଲିସ କୌଣସି ସନ୍ଧାନ ପାଇନି ।

କୌଣସି ସହୃଦୟ ଵ୍ୟକ୍ତି ଯଦି ଏହି ଵ୍ୟକ୍ତିଙ୍କ ସନ୍ଧାନ ପାଆନ୍ତି କିମ୍ବା ଦେଖନ୍ତି ତାହାହେଲେ, ଦୟାକରି ଏହି ଫୋନ ନମ୍ବର-୮୪୮୦୯୦୦୦୩୫ରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।