ରାଜ୍ୟ

ରାଜଧାନୀରେ ଦୁଇ ଘଣ୍ଟା ଅଟକ ରଖାଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀଙ୍କୁ ଗତକାଲି ରାତିରେ ରାଜଧାନୀରେ ବିରୋଧ କରାଯିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନିଜେ ଅପରାଜିତା। ଏନେଇ ସେ କ୍ଷୋଭ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ମୋତେ ଭୁବନେଶ୍ୱର ୱାର୍ଡ ନଂ-୪୩ରେ ଲକ୍ଷ୍ମୀସାଗର ପୁରୁଣା ଡାକଘର ଗଳିରେ ଦୁଇ ଘଣ୍ଟା ଧରି କିଛି ଅସାମାଜିକ ଲୋକ ଅଟକ ରଖିଥିଲେ। ମୁଁ ସ୍ଥାନୀୟ ଲୋକଙ୍କ ନିମନ୍ତ୍ର୍ରଣକ୍ରମେ ସେଠାକୁ ଯାଉଥିଲି। ମୁଁ ପୁଲିସକୁ ଅପେକ୍ଷା କରି କାର୍ ଭିତରେ ୨ ଘଣ୍ଟା ବସି ରହିଲି। ମୋର ଦୁଇ ଘଣ୍ଟା ସମୟ ନଷ୍ଟ ହେଲା| ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ୫ ମିନିଟ୍ ଅଟକାଯାଇପାରିବ କି? ସୁରକ୍ଷା ନେଇ ପୁଲିସର ଏଭଳି ପାତରଅନ୍ତର ନୀତି ମୋତେ ଦୁଃଖ ଦେଇଛି। ଏହା ହେଉଛି ଏଠାକାର ଆଇନଶୃଙ୍ଖଳାର ସ୍ଥିତି। ମୋର ନଷ୍ଟ ହୋଇଥିବା ସମୟର କ୍ଷତିପୂରଣ ଦେବେ କି ମୁଖ୍ୟମନ୍ତ୍ରୀ? ଏହା ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବକୁ ଦର୍ଶାଉଛି।

ସୂଚନାଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ  ବିରୋଧ କରାଯାଇଥିଲା। ଭୁବନେଶ୍ବର ମହାନଗର ନିଗମ ଅଧୀନ କଟକରୋଡ ବୁଦ୍ଧେଶ୍ବରୀ କଲୋନି ନିକଟରେ ସନ୍ଧ୍ୟା ପ୍ରାୟ ୮ଟାରେ ଅପରାଜିତାଙ୍କ ଗାଡ଼ିକୁ ଅଟକାଇ ହୋହାଲ୍ଲା କରିଥିଲେ କିଛି ସ୍ଥାନୀୟ ଲୋକେ। ଗାଡ଼ି ଆଗରେ ଶତାଧିକ ଲୋକ ଏକତ୍ର ହୋଇ ସାଂସଦଙ୍କୁ ଅଟକାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।