ଭୁବନେଶ୍ୱର ୧୮।୦୫: ଭୁବନେଶ୍ବରରେ ପୁଣି ମାତିଲେ ଏଟିଏମ୍ ଲୁଟେରା । କୋଳଥିଆ ଛକ ନିକଟ ୟୁନିୟନ ବ୍ୟାଙ୍କ ଏଟିଏମରୁ ଲୁଟ୍ ହୋଇଛି । ଟେକନିକାଲ ପଦ୍ଧତିରେ ୭ ଲକ୍ଷ ଟଙ୍କା କାଢି ନେଇଛନ୍ତି ଦୁର୍ବୃତ୍ତ । ୩ଥର ଚେଷ୍ଟା କରିବା ପରେ ଟଙ୍କା କାଢିବାରେ ସକ୍ଷମ ହୋଇଥିଲା ଚୋର । ଏହି ଲୁଟରେ ବ୍ୟାଙ୍କ କର୍ମଚାରୀ ସାମିଲ ଥିବା ସନ୍ଦେହ କରାଯାଉଛି । ଖଣ୍ଡଗିରି ଥାନାରେ ଏଫଆଇଆର ପରେ ଘଟଣା ସ୍ଥଳ ଯାଇ ଡ଼ିସିପି ଛାନଭିନ କରିଛନ୍ତି ।