ରାଜ୍ୟ

ରାଜଧାନୀରେ ଡେଙ୍ଗୁ ସ୍ଥିତି ଜଟିଳ: ସତର୍କ ରହିବାକୁ ପରାମର୍ଶ ଦେଲା ବିଏମସି

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ରାଜଧାନୀର ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ଏନେଇ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ କହିଛନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଆଜି ଏଜି ଛକ ଆଖପାଖ ଅଞ୍ଚଳରେ ବିଏମସି ଟିମ ସଫେଇ କରିଛି। ରାଜଧାନୀରେ କିଛି କିଛି ସ୍ଥାନରେ ଡେଙ୍ଗୁ ବ୍ୟାପିଥିବା ଖବର ଅଛି। ସାଲିଆ ସାହି, ଓଲଡ ଟାଉନ, ଆଇଆରସି ଭିଲେଜ ହଟସ୍ପଟ୍ ପାଲଟିଛି। ଉକ୍ତ ଅଞ୍ଚଳରେ ଡେଙ୍ଗୁ କିପରି ଅଧିକ ନ ବ୍ୟାପିବ ସେନେଇ ଫଗିଂ କରାଯାଉଛି। ସମ୍ବେଦନଶୀଳ ଅଞ୍ଚଳରେ ସଫେଇକୁ ତ୍ବରାନ୍ବିତ କରାଯାଉଛି। ସମୂହ ସଫେଇ ମାଧ୍ୟମରେ ଏହାକୁ ପ୍ରତିହତ କରାଯାଇପାରିବ। ମଶା ଔଷଧ, ବ୍ଳିଚିଂ ପକାଯାଉଛି। ଗତବର୍ଷ ଭୁବନେଶ୍ୱରର ଅଧିକ ସ୍ଥାନରେ ଡେଙ୍ଗୁ ବ୍ୟାପିଥିଲା। କିନ୍ତୁ ଏବର୍ଷ ସେପରି ସ୍ଥିତି ନାହିଁ । ବିଏମସି ୨୦ଟି ଫଗିଂ ମେସିନ ମଗାଇଛି । ଏବେ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ଡେଙ୍ଗୁ ରକ୍ତ ପରୀକ୍ଷା କରାଯାଉଛି। ଏହା ବ୍ୟତୀତ ୨୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକେ ରକ୍ତ ଦେଇଛନ୍ତି।

ଏଣେ ମହାନଗର ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୁର ବିକାଶ କହିଛନ୍ତି, ରାଜଧାନୀ ବାସିନ୍ଦାଙ୍କୁ ସତର୍କ ହେବାକୁ ହେବ। ନିଜ ଅଞ୍ଚଳ ସଫା କରିବାକୁ ପଡ଼ିବ। ଫଗିଂ ବିଭିନ୍ନ ସ୍ଥାନରେ ଚାଲିଛି। ନୂଆ ମେସିନ ଆସିବା ପରେ ଦିନ ହିସାବରେ ଟାର୍ଗେଟେଡ ଫଗିଂ କରାଯିବ। ସମ୍ବେଦନଶୀଳ ସ୍ଥାନରେ ପ୍ରାଥମିକତା ଭାବେ ଫଗିଂ କରାଯିବାକୁ ଯୋଜନା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।