ନୂଆଦିଲ୍ଲୀ ୧୪/୧୨: ସାରା ଦେଶରେ କ୍ଷୀପ୍ର ଗତିରେ ମାଡିଚାଲିଛି କରୋନାର ନୂଆ ମ୍ୟୁଟାଣ୍ଟ । ଓମିକ୍ରନ ନେଇ ସବୁିଠି ବିପଦ ଦେଖାଦେଲାଣି । ଏବେ ପୁଣିଥରେ ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଦିଲ୍ଲୀରେ ମୋଟ ମାମଲା ୬ ହୋଇଛି । ତେବେ ଆଶ୍ୱସ୍ତିକର ଖବର ହେଉଛି ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଛି ।
ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟରୁ କେତେ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।
ମହାରାଷ୍ଟ୍ର ୨୦
ରାଜସ୍ଥାନ ୯
କର୍ଣ୍ଣାଟକ ୩
ଗୁଜରାଟ ୪
କେରଳ ୧
ଆନ୍ଧ୍ରପ୍ରଦେଶ ୧
ଦିଲ୍ଲୀ ୬
ଚଣ୍ଡୀଗଡ ୨