ଅପରାଧ ରାଜ୍ୟ

ରାଜଧାନୀରୁ ୪ ଲୁଟେରା ଗିରଫ, ୧୭୦ ଗ୍ରାମ ସୁନା ଜବତ

ଭୁବନେଶ୍ୱର ୨୮।୧୧ : ରାଜଧାନୀରୁ ୪ ଲୁଟେରା ଗିରଫ । ଭୁବନେଶ୍ୱର ଲିଙ୍ଗରାଜ ଥାନା ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର ସହ ୨ଟି ବାଇକ୍‌ ଏବଂ ୪ ମୋବାଇଲ ଜବତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କିଛି ଦିନ ହେବା ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟ୍‌ ନେଇ ବାରମ୍ବାର ଅଭିଯୋଗ ଆସୁଥିଲା । ପୋଲିସ ଲଗାତର ଭାବେ ଲୁଟେରାକୁ ଧରିବାକୁ ଯୋଜନା କରୁଥିଲା । ହେଲେ ସଫଳ ହେଉନଥିଲା । ଶେଷରେ ସୋମବାର ଦିନ ୪ ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଥିଲା କମିଶନରେଟ୍‌ ପୋଲିସ ।

ସେହିପରି ସେମାନଙ୍କ ନିକଟରୁ ୧୭୦ ଗ୍ରାମର ସୁନା ଅଳଙ୍କାର, ୨ଟି ବାଇକ୍‌ ଓ ୪ଟି ମୋବାଇଲ ଜବତ ହୋଇଛି । ତେବେ ଏହି ଲୁଟେରାଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ କରୁଛି କମିଶନରେଟ୍‌ ପୋଲିସ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।