ଅପରାଧ ରାଜ୍ୟ

ରାଜଧାନୀରୁ କଫସିରଫ ଜବତ ଘଟଣା: ଏମଏସ ଫାର୍ମା କେଆର ଇଣ୍ଡିଆର ମାଲିକଙ୍କୁ ଧରିବାକୁ ପୁଲିସର ଚଢ଼ଉ ଜାରି

ଭୁବନେଶ୍ୱର: ରାଜଧାନୀରୁ କୋଡିନ କଫସିରଫ ଜବତ ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି। ଅହମ୍ମଦାବାଦ ପରେ ଏବେ ହିମାଚଳପ୍ରଦେଶ ଓ କୋଲକାତା ଲିଙ୍କ ସାମ୍ନାକୁ ଆସିଛି। ଏମଏସ ଫାର୍ମା କେଆର ଇଣ୍ଡିଆକୁ ଏହି ୩ଟି ସହରରୁ କଫସିରଫ ଆସୁଥିଲା ବୋଲି ଜଣାଯାଇଛି।
ସେପଟେ ସଂସ୍ଥାର ମାଲିକ ପ୍ରବୀଣ ଦାସଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୁଲିସ। ପ୍ରବୀଣଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଗତ ୩ ବର୍ଷ ହେଲା ଜିଏସଟି ଫାଙ୍କିଥିବା ନେଇ ପୁଲିସ ପାଖରେ ସୂଚନା ପହଞ୍ଚିଛି। ଏଣେ ଫାର୍ମା ଲାଇସେନ୍ସ ରଦ୍ଦ ପାଇଁ ପ୍ରୟାସ ଆରମ୍ଭ କରିଛି ପୁଲିସ। ସେପଟେ ଆଜି ଆସିବ ଲ୍ୟାବରୁ ସାମ୍ପୁଲ ଟେଷ୍ଟ ରିପୋର୍ଟ ଆସିବ। ଆବଶ୍ୟକସ୍ଥଳେ ରାଜ୍ୟ ବାହାରକୁ ଗସ୍ତ କରି କମିସନରେଟ ପୁଲିସ ଏହାର ତଦନ୍ତ ଚଳାଇବ।
ସୂଚନାଯୋଗ୍ୟ, ଗତ ୧ ତାରିଖରେ ବରମୁଣ୍ଡାରୁ ରାଜ୍ୟ ବାହାରକୁ ଚାଲାଣ ବେଳେ ଦୁଇ ଚାଲାଣକାରୀଙ୍କୁ ପୁଲିସ ମାଡି ବସିଥିଲା। ଘଟଣାସ୍ଥଳରୁ ପ୍ରାୟ ୨୪ ଶହ କଫ ସିରଫ ବୋତଲ ଜବତ ହୋଇଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ଭରତପୁର ପୁଲିସ। ଗିରଫ ୨ ଅଭିଯୁକ୍ତଙ୍କ ନାଁ ଦିଲ୍ଲୀପ ଦରଦା ଓ ଆଶିଷ କୁମାର ସାହୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।