ଲାଇଫ୍ ଷ୍ଟାଇଲ

ରାଗ ଓ ମସଲାଯୁକ୍ତ ଖାଦ୍ୟ ସବୁବେଳେ ହାନିକାରକ ନୁହେଁ, ମିଳିଥାଏ ଏହିସବୁ ଲାଭ

ଭୁବନେଶ୍ୱର ୩୦/୦୧ : ରାଗ ଖାଇବାକୁ ଅଧିକାଂଶ ଲୋକ ଭଲ ପାଆନ୍ତିନାହିଁ। ସ୍ୱାସ୍ଥ୍ୟ ପାଇଁ ହାନିକାରକ ଯୋଗୁଁ ଲୋକେ ରାଗ ମସଲାଯୁକ୍ତ ଖାଦ୍ୟରୁ ଦେଉରେଇ ରହିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ରାଗ ଓ ମସଲାଯୁକ୍ତ ଖାଦ୍ୟ ଅଧିକ ପସନ୍ଦ କରନ୍ତି। ତେବେ ରାଗ ଖାଇବାର ମଧ୍ୟ କିଛି ଲାଭ ରହିଛି। ପଢନ୍ତୁ ରାଗ ଖାଇଲେ କଣ କଣ ଲାଭ ମିଳିଥାଏ।


୧. ରାଗ ଓ ମସଲାଯୁକ୍ତ ଖାଦ୍ୟ ଶରୀରର ଓଜନ ଉପରେ ପ୍ରଭାବ ପକାଇଥାଏ। ନାଲି ଲଙ୍କା, ଗୋଲମରିଚ ସେବନ ଦ୍ୱାରା ଓଜନ କମ ହୋଇଥାଏ।

୨. ରାଗ ଖାଇବା ଦ୍ୱାରା ହୃଦ ଜନିତ ଲାଭ ମଧ୍ୟ ମିଳିଥାଏ। ନାଲି ଲଙ୍କା ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ। କିନ୍ତୁ ସୀମିତ ମାତ୍ରାରେ ନାଲି ଲଙ୍କା ସେବନ କରିବା ଉଚିତ।


୩. ବିଶେଷଜ୍ଞଙ୍କ ଅନୁଯାୟୀ, ରାଗ ଖାଇବା ଦ୍ୱାରା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କୁ ଲାଭ ମିଳିଥାଏ। ରାଗ ଖାଇବା ଦ୍ୱାରା ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହେ। ଏହାଦ୍ୱାରା ଆବଶ୍ୟକୀୟ ଇନସୁଲିନ ନିର୍ମାଣ ହୋଇଥାଏ।

Popular Indian food entrees, side dishes and ingredients include rice, lentils, paneer, samosa, spices and masala. (Shutterstock)

୪. ଲଙ୍କା ସେବନ ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। କିନ୍ତୁ ଅଧିକ ସେବନ ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ।

assorted indian dish

ତେବେ ରାଗ ଓ ମସଲାଯୁକ୍ତ ଖାଦ୍ୟ ସେବନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ମଧ୍ୟ। ଏହାଦ୍ୱାରା କଣ କଣ କ୍ଷତି ହୋଇଥାଏ ଜାଣନ୍ତୁ।

୧. ଗ୍ୟାସ୍ଟ୍ରିକ ଅଲସର୍ – ରାଗ ବା ମସଲାଯୁକ୍ତ ଖାଦ୍ୟ ଦ୍ୱାରା ସମ୍ବେଦନଶୀଳ ମ୍ୟୁକୋସଲ ଅସ୍ତର ବା ଅନ୍ତନଳୀରେ ଅଲସରର କାରଣ ହୋଇପାରେ। ଫଳରେ ପେଟରେ ଯନ୍ତ୍ରଣା, ବାନ୍ତି ଭଳି ସମସ୍ୟା ହୋଇଥାଏ। ଅଧିକ ମସଲାଯୁକ୍ତ ଖାଦ୍ୟ ସେବନ ଦ୍ୱାରା ବିଭିନ୍ନ ପେଟ ସମ୍ବନ୍ଧୀୟ ରୋଗ ହୋଇଥାଏ।

୨. ଭୋକ କମ୍ ହେବା – ଯେଉଁମାନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଆନ୍ତି ସେମାନଙ୍କୁ ଭୋକ କମ ଲାଗିଥାଏ। ସପ୍ତାହକୁ ୩-୪ ଥର ମସଲାଯୁକ୍ତ ଭୋଜନ ସେବନ କରାଯାଇ ପାରିବ। କିନ୍ତୁ ଅଧିକ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ମସଲାଯୁକ୍ତ ଖାଦ୍ୟ ଯୋଗୁଁ ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ସେଥିପାଇଁ ଦେଖି ଚାହିଁ ରାଗ ଓ ମସଲାଯୁକ୍ତ ଖାଦ୍ୟ ସେବନ କରିବା ଉଚିତ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ