ଅପରାଧ ରାଜ୍ୟ

ରାଉରକେଲା ସ୍ବରେଜ ପ୍ରକଳ୍ପ: ୫ ବର୍ଷରେ ହୋଇପାରିନି ୩୫% ଘରକୁ ସଂଯୋଗ

ରାଉରକେଲା: ସ୍ମାର୍ଟସିଟିର ଚାଲିଥିବା ସ୍ବରେଜ ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ ସନ୍ଦେହ। ଗତ ୫ ବର୍ଷ ମଧ୍ୟରେ ଚାଲିଥିବା କାମ ସରୁନି। ଏଯାଏଁ ପ୍ରାୟ ୩୫% ଘରକୁ ପାଇପ ସଂଯୋଗ ହୋଇପାରିନି। କେବେ ସରିବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ବିଭାଗୀୟ ଅଧିକାରୀ କାମ ଚାଲିଛି, ଖୁବ୍‌ ଶୀଘ୍ର ଶେ‌ଷ ହୋଇଯିବ ବୋଲି ସଫେଇ ଦେଉଛନ୍ତି। ହେଲେ ଚାଲିଥିବା କାମର ବାସ୍ତବ ଚିତ୍ରରୁ ଏହି ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯାହାକୁ ନେଇ ଜିଲ୍ଲା କଂଗ୍ରେସ ଓ ବିଜେପି ପକ୍ଷରୁ ଅନେକବାର ସ୍ବେରେଜ ବୋର୍ଡ ଅଫିସ୍‌ ଘେରାଉ କରାଯାଇଛି। ଧାରଣା ମଧ୍ୟ ଦିଆଯାଇଛି।

କିନ୍ତୁ ଆଜି ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଯେତିକି ତତ୍ପରତା ଦେଖାଯିବା କଥା, ତା’ ହେଉନି। କେବଳ ସିଭିଲଟାଉନସିପ୍‌କୁ ଛାଡି ଦେଲେ ଅନ୍ୟ କଲୋନିରେ ଏଯାଏଁ କାହାରି ଘରକୁ ପାଇପ ସଂଯୋଗ କାମ ଆରମ୍ଭ ହୋଇନି। ସହରର ପ୍ରାୟ ୨୮ ହଜାର ଘରକୁ ସ୍ବରେଜ ପାଇପ୍ ସଂଯୋଗ କରିବାକୁ ଟାର୍ଗେଟ ରହିଛି। କିନ୍ତୁ ଦେଢ଼ ବର୍ଷ ଭିତରେ ସିଭିଲଟାଉନସିପ୍ର ମାତ୍ର ପ୍ରାୟ ୭୦୦ ଘରକୁ ପାଇପ୍ ସଂଯୋଗ ସମ୍ଭପର ହୋଇ ପାରିଛି। ଯଦି ୭୦୦ ଘରକୁ ବର୍ଷେ ଲାଗୁଛି, ବାକି ଘରକୁ ପାଇପ ସଂଯୋଗ କେତେ ଦିନ ଲାଗିବ ଏଥିରୁ ସ୍ପଷ୍ଟ ଅନୁମେୟ। ଏଥିରୁ ଯାହା ବୁଝାପଡୁଛି ସ୍ମାର୍ଟସିଟିର ସ୍ବରେଜ ବ୍ୟବସ୍ଥା ଯେମିତି କାହାରି ନଜର ନାହିଁ। ତେଣୁ ଭବିଷ୍ୟତରେ ଏହି ୩୪୦ କୋଟିର ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସ୍ବରେଜ କାମ ଯୋଗୁ ଡ୍ରେନ୍ ପୋତି ହୋଇଯାଇଥିବାରୁ ତଳିଆ କଲୋନିରେ ଅଧିକାଂଶ ଘରେ ବର୍ଷା ପାଣି ଲହଡି ମାରୁଛି। ବିଭାଗୀୟ ଅଧିକାରୀ ସବୁ କିଛି ଜାଣୁଛନ୍ତି, କିନ୍ତୁ ନ ଜାଣିଲା ପରି ଚୁପ୍ ରହୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା, ବର୍ଷ ବର୍ଷ ଧରି ସହରବାସୀ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ ହେଁ, ଶାସକ ବା ବିରୋଧୀ, କୌଣସି ରାଜନୈତିକ ଦଳର ସ୍ବର ଏ ବାବଦରେ ଶୁଭୁନି। ସେପଟେ କାମ ବିଳମ୍ବରୁ ଠିକା ସଂସ୍ଥା ଠାରୁ ବିଭାଗ ଇଓଟି (ଏକ୍ସଟେସନ୍ ଅନ୍ ଟାଇମ୍)ବାବଦରେ ଖର୍ଚ୍ଚର ୧% କାଟୁଛନ୍ତି ବୋଲି ବିଭାଗୀୟ ଅଧିକାରୀ ସଫେଇ ଦେଉଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟିର ପରିମଳ ବ୍ୟମସ୍ଥାରେ ସୁଧାର ଆଣିବାକୁ ୨୦୧୭ ଜାନୁଆରି ୯ରେ ସ୍ବରେଜ କାମ ଆରମ୍ଭ ହୋଇଥିଲା। ତିନି ବର୍ଷ, ଅର୍ଥାତ୍ ୨୦୨୦ ଜାନୁଆରି ୮ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକାସଂସ୍ଥା କାମ ନ ସାରିବାରୁ ୬ ମାସ, ଅର୍ଥାତ୍ ୨୦୨୦ ଜୁନ୍ ଡେଡ୍ ଲାଇନ ଦିଆଯାଇଥିଲା। ତଥାପି ଠିକା ସଂସ୍ଥା କାମ ସାରି ପାରି ନଥିଲା। ତା’ ପରେ ପୁଣି ଆହୁରି ୬ ମାସ, ଅର୍ଥାତ୍ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଦୁଇ ଦୁଇଥର ସମୟ ଘୁଞ୍ଚାଯାଇଥିଲେ ହେଁ ଅଦ୍ୟାବଧି ପ୍ରାୟ ୨୨% କାମ ବାକି ରହିଛି। ବାକି ଥିବା କାମ ଭିତରେ ରହିଛି ସେକ୍ଟର-୨୧ ନୟାବଜାର ଅଞ୍ଚଳର ଆର୍ଏସ୍ପି ଅଞ୍ଚଳର ୯ କି.ମି. ଲାଇନ୍। ଅନୁମତି ନ ମିଳିବାରୁ ସେଠାରେ କାମ ବନ୍ଦ ରହିଛି। ଝିରପାଣି, କୋଏଲନଗର, ଜଗଦା ଆର୍ଏସ୍ପି ଜାଗା ହୋଇଥିବାରୁ ଏଠି ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ସ୍ବରେଜ ବ୍ୟବସ୍ଥା ଦ୍ବାରା ସହରର ପ୍ରାୟ ୨୮ ହଜାର ଘର ଉପକୃତ ହେବାକୁ ଲକ୍ଷ୍ୟ ରଖାଯାଇଛି। ଛେଣ୍ଡ କଲୋନି, ବାସନ୍ତୀ କଲୋନି, କଳିଙ୍ଗ ବିହାର, କଳିଙ୍ଗ ବିହାର ହାଉସିଂ କଲୋନି, ଡେଲିମାର୍କେଟ, ଉଦିତନଗର, ପାନପୋଷ ଆଦି ସ୍ଥାନରେ ଜଣେ ହେଲେ ଘରକୁ ପାଇପ୍ ସଂଯୋଗ ହୋଇ ପାରିନି। ଉଲ୍ଲେଖନୀୟ ଯେ ବର୍ଜ୍ୟଜଳ ପରିଚାଳନା ପାଇଁ ଆର୍ଏମ୍ସି ଅଞ୍ଚଳର ପ୍ରଧାନପାଲୀ, ମ୍ୟୁନିସିପାଲ କଲେଜ, ଶିଳ୍ପାଞ୍ଚଳ ଓ ସିଭଲଟାଉସିପ୍ରେ ପମ୍ପହାଉସ୍ ସ୍ଥାପନ କରାଯାଇଛି। ବାଲୁଘାଟରେ ୪୦ ଏମ୍ଏଲ୍ଡିର ଏସ୍ଟିପି (ସ୍ବରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ) ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।