ରାଜ୍ୟ

ରାଉରକେଲା ସୀମାନ୍ତରେ ରେଳ ଧାରଣା ଉଡ଼ାଇଲେ ମାଓବାଦୀ: ୧୧ ଘଣ୍ଟା ପରେ ସ୍ବାଭାବିକ ହେଲା ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ

ରାଉରକେଲା: ରାଉରକେଲା ସୀମାନ୍ତରେ ଥିବା ଗୋଇଲକେରା-ପୌସୈତା ଷ୍ଟେସନ୍ ମଧ୍ୟରେ ସିପିଆଇ ମାଓବାଦୀମାନେ ରେଳ ଧାରଣା ଉଡ଼ାଇ ଦେଇଛନ୍ତି। ବିଳମ୍ବିତ ରାତିରେ ନକ୍ସଲ ରେଳ ଧାରଣା ଉଡ଼ାଇ ଦେଇଥିବା ଜଣାପଡ଼ିଛି। ଏହାପରେ ମୁମ୍ବାଇ-ହାୱଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ପ୍ରଥମେ ଶାଲିମାର୍-କୁର୍ଲା ଏକ୍ସପ୍ରେସକୁ ଗୋଇଲକେରା ଷ୍ଟେସନ୍ ନିକଟରେ ଅଟକାଯାଇଥିଲା। ତାପରେ ବାଟରେ ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି। ଏହାଫଳରେ ଯାତ୍ରୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣେ ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି। ମାଓ ସଂଗଠନ ଆଜି ଭାରତ ବନ୍ଦ ଡାକରା ଦେବା ପୂର୍ବରୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଜଣାଯାଇଛି।

ଏଣେ ସିଆରପିଏଫ୍ ଯବାନ, ପୁଲିସ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ତାପରେ ମରାମତି କାମ ଆରମ୍ଭ ହୋଇଥିଲା। ପ୍ରାୟ ସାଢ଼େ ୧୧ ଘଣ୍ଟା ପରେ ସକାଳ ସାଢ଼େ ୯ଟାରେ ଟ୍ରାକ୍ ମରାମତି ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ରହିଛି। ଅଧିକାଂଶ ଟ୍ରେନ୍ ୮ରୁ ୧୧ ଘଣ୍ଟା ବିଳମ୍ବରେ ଚାଲୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।