ରାଜ୍ୟ

ରାଉରକେଲା ବିମାନବନ୍ଦର: ଯାତ୍ରୀ ସଂଖ୍ୟା ସତ୍ତ୍ବେ ଗୁରୁତ୍ବ ପାଉନି

ରାଉରକେଲା : ରାଉରକେଲା ବିମାନବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ଯେ କ୍ରମାଗତ ଅଣଦେଖା କରୁଛି, ତାହା ଆଉ କାହାକୁ ଅଛପା ନାହିଁ। ପର୍ଯ୍ୟାପ୍ତ ଜମି ଉପଲବ୍ଧ ଥିବାସତ୍ତ୍ବେ ରନ୍‌ୱେର ଦୈର୍ଘ୍ୟ ବୃଦ୍ଧି କରାନଯିବା ହେଉ ବା ବାରମ୍ବାର ବିମାନ ଅବତରଣ ବାତିଲ୍‌ ହେଉଥିଲେ ମଧ୍ୟ ଇନ୍‌ଷ୍ଟ୍ରୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ବ୍ୟବସ୍ଥା ସଂପୂର୍ଣ୍ଣ କରାନଯିବା, ପୁଣି ସର୍ବାଧିକ ଆବଶ୍ୟକତା ଥିବା ସତ୍ତ୍ବେ ଅନ୍ୟ ସହରକୁ ନୂଆ ବିମାନ ଉଡ଼ାଣର ବ୍ୟବସ୍ଥା ନ ହେବା, ଏଭଳି ଅନେକ କାରଣରୁ ଏଏଏଆଇର ଅବହେଳା ସ୍ପଷ୍ଟ ବାରିହୁଏ। ହେଲେ, ଝାରସୁଗୁଡ଼ା ବିମାନ ବନ୍ଦର ତୁଳନାରେ ଅଧିକ ଯାତ୍ରୀ ଯାତାୟାତ କରୁଥିଲେ ବି ଏହି ଅଧିକ ବିମାନ ଚଳାଚଳ ପାଇଁ ଗୁରୁତ୍ବ ଦିଆଯାଉନି।

ଡିଜିସିଏ ତଥ୍ୟ ଅନୁସାରେ, ଗତ ଏପ୍ରିଲ୍‌ ମାସରେ ଝାରସୁଗୁଡ଼ା ଅପେକ୍ଷା ରାଉରକେଲାରୁ ଅଧିକ ସଂଖ୍ୟକ ଯାତ୍ରୀ ଭୁବନେଶ୍ବରକୁ ଯାଇଥିଲେ ଏବଂ ଫେରିଥିଲେ।‌ କେବଳ ଗତ ଏପ୍ରିଲ ମାସରେ ରାଉରକେଲାରୁ ଭୁବନେଶ୍ବରକୁ ମୋଟ୍‌ ୧୨୮୪ ଜଣ ଯାତ୍ରୀ ଯାଇଥିଲେ। ସେହିସମୟରେ ଝାରସୁଗୁଡ଼ାରୁ ଭୁବନେଶ୍ବରକୁ ୧୨୩୯ ଜଣଯାତ୍ରୀ ଯାଇଥିଲେ, ଅର୍ଥାତ୍‌ ରାଉରକେଲା ଅପେକ୍ଷା ଝାରସୁଗୁଡ଼ାରୁ ୪୫ ଜଣ କମ୍‌ ଯାତ୍ରୀ ଭୁବନେଶ୍ବର ଯାଇଥିଲେ। ସେହିଭଳି ଭୁବନେଶ୍ବରରୁ ରାଉରକେଲାକୁ ୧୨୪୫ ଜଣ ଯାତ୍ରୀ ଆସିଥିବାବେଳେ ଭୁବନେଶ୍ବରରୁ ଝାରସୁଗୁଡ଼ାକୁ ୧୨୩୩ ଜଣ ଆସିଥିଲେ। ଅର୍ଥାତ୍‌ ରାଉରକେଲା ଅପେକ୍ଷା ୧୨ଜଣ କମ୍‌ ଯାତ୍ରୀ ଝାରସୁଗୁଡ଼ାକୁ ଆସିଥିଲେ।

ଏବେ ଝାରସୁଗୁଡ଼ାରୁ ଦେଶର ବିଭିନ୍ନ ସହରକୁ ସିଧାସଳଖ ବିମାନ ଚଳାଚଳ କରୁଛି। ତେବେ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ତଥ୍ୟରେ ଝାରସୁଗୁଡ଼ା ଅପେକ୍ଷା ରାଉରକେଲା ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ଅଧିକ ରହୁଥିଲେ ମଧ୍ୟ ଏହି ବିମାନବନ୍ଦର ପ୍ରତି ଗୁରୁତ୍ବ ଦିଆଯାଉନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।