ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଉରକେଲାରେ ନେତାଙ୍କ ଫଳକ ପ୍ରତିଯୋଗିତା: ବିଜେଡ଼ିର ଫଳକ ଭାଙ୍ଗିଲେ ବିଜେପି କର୍ମୀ, ଥାନାରେ ଦୁଇଟି ମାମଲା

ରାଉରକେଲା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭୋଟ ହାତେବାକୁ ବିଜେପି ଓ ବିଜେଡ଼ି ନେତାଙ୍କ ମଧ୍ୟରେ ଚାଲିଛି ନାମଫଳକ ପ୍ରତିଯୋଗିତା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକଙ୍କ ଦ୍ବାରା ସହରର ଭିନ୍ନଭିନ୍ନ ସ୍ଥାନରେ ବିଭିନ୍ନ କାମର ମାଳମାଳ ଶିଳାନ୍ୟାସ କରାଯାଉଛି। ସୋସିଆଲ ହୋମ୍, କମ୍ୟୁନିଟି ସେଣ୍ଟର, ରାସ୍ତା, ସାମାଜିକ ଓ ସାଂସ୍କୃତିକ ଅନଷ୍ଠାନ ଗୃ୍ହ, ନାଳ ଆଦି ନିର୍ମାଣ ପାଇଁ ନାମଫଳକ ଲାଗୁଛି। ଯାହାକୁ ନେଇ ସରଗରମ ହେଉଛି ରାଉରକେଲା ରାଜନୀତି।

ପାନପୋଷ ବାଲୁଘାଟ ରୁପୁଟୋଲା ବସ୍ତି ଗୋଟିଏ ଜାଗାରେ ଜୁଏଲ ଓ ସାରଦାଙ୍କ ଦ୍ବାରା ପୃଥକ ପୃଥକ ଦୁଇଟି ଫଳକ ଲଗାଯିବାକୁ ନେଇ ବିଜେପି ଓ ବିଜେଡ଼ି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଦୁଇସପ୍ତାହ ପୂର୍ବରୁ ସାଂସଦ ଜୁଏଲ ଓରାମ ୫ ଲକ୍ଷ ଟଙ୍କାର ବ୍ୟୟ‌ରେ ନିର୍ମାଣ ହେବାକୁ ଥିବା କମ୍ୟୁନିଟି ସେଣ୍ଟର ପାଇଁ ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ପରେ ସେଠାରେ ନିର୍ମାଣ କାମ ଚାଲୁଛି। ସେହି ସ୍ଥାନରେ ବିଜେଡ଼ିର କିଛି ନେତା ଛଟ୍‌ ପର୍ବ ପାଳନ ପାଇଁ ୨୦ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ‌ସୁରକ୍ଷା କାନ୍ଥ ଓ ସ୍ନାନତୁଠ ନିର୍ମାଣ ପାଇଁ ଫଳକ ଲଗାଇଥିଲେ। ଯାହାକୁ ଶ୍ରମମନ୍ତ୍ରୀ ସାରଦା ନାୟକ ଶିଳାନ୍ୟାସ କରିଥାନ୍ତେ। ଦିନକ ପୂର୍ବରୁ ଅର୍ଥାତ୍‌ ରବିବାର ସ୍ଥାନୀୟ ଅଞ୍ଚଳର ବିଜେପି ନେତା ଜୟନ୍ତ ମଙ୍ଗରାଜ ଗୋଟିଏ ସ୍ଥାନରେ ଦୁଇଟି ନାମଫଳକକୁ ବିରୋଧ କରିଥିଲେ। ବିଜେଡ଼ିର ନାମଫଳକ ଅନ୍ୟତ୍ର ଲଗାଇବାକୁ ନେତାମାନଙ୍କୁ କହିଥିଲେ। ହେଲେ ସେଠାକାର କିଛି ବିଜେଡ଼ି ନେତା ଏଠାରୁ ଫଳକ ହଟିବ ନାହିଁ ବୋଲି କହିଥିଲେ। ବିଜେଡ଼ି ଜିଦ୍‌ରେ ଅଟଳ ରହିବାରୁ ବିଳମ୍ବିତ ରାତିରେ ବିଜେପିର କିଛି କର୍ମୀ ସେହି ନାମଫଳକକୁ ଭାଙ୍ଗି ଦେଇଥିଲେ।

ନାମଫଳକ ଭଙ୍ଗାଯାଇଥିବା ଦେଖି କିଛି ବିଜେଡ଼ିକର୍ମୀ ବିଜେପି ନେତାଙ୍କ ଘରେ ପଶି ଗାଳିଗୁଲଜ କରିଥିଲେ। କେବଳ ଏତିକି ନୁହେଁ ବିଜେପି ‌ନେତାଙ୍କ ନାଁରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ବିଜେପି ନେତାଙ୍କୁ ଗାଳିଗୁଲଜ କରିଥିବାରୁ ସେମାନଙ୍କ ପରିବାର ପକ୍ଷରୁ ରଘୁନାଥପାଲି ବିଜେଡି ନେତାଙ୍କ ନାମରେ ପାଲଟା ଲିଖିତ ଅଭିଯୋଗ କରାଯାଇଛି। ରଘୁନାଥପାଲି ପୁଲିସ୍‌ ଦୁଇଟି ଲିଖିତ ଅଭି‌ଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଖବର ପାଇ ଆଜି ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, କୈଳାସ ରାଉତ ସ୍ଥାନୀୟ କର୍ମୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ବିଜେପି ଓ ବିଜେଡ଼ି ନେତାଙ୍କ ମଧ୍ୟରେ ଆଲାଚନା ହେବାପରେ ବିଜେଡ଼ିର ଫଳକ ସେଠାରୁ ହଟିଥିଲା। କମ୍ୟୁନିଟି ସେଣ୍ଟରଠାରୁ କିଛି ଦୂରରେ ପୁଣି ବିଜେଡ଼ିର ଫଳକ ଲଗାଯାଇଥିଲା। ଶ୍ରମମନ୍ତ୍ରୀ ଶ୍ରୀ ନାୟକ ବିଜେଡ଼ି ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ। କେବଳ ରୁପୁଟୋଲା ବସ୍ତି ନୁହେଁ ସହରର ବିଭିନ୍ନ ସ୍ଥାନରେ ଚାଲିଥବା ଫଳକ ରାଜନୀତିକୁ ନେଇ ବିଭିନ୍ନ ସ୍ଥାନରେ ବିବାଦ ଉପୁଜୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।